www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦୁପତ୍ର ତୋଳାଳୀଙ୍କ ଅଭିଯୋଗ ; ପହଞ୍ଚି ପାରୁନି ପ୍ରାପ୍ୟ ଅର୍ଥରାଶି

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡାଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗୁରତୁଲୀ ଗ୍ରାମର କୁମ୍ଭାର ସାହି ବାସୀ ନିଜର ଅନେକ ସମସ୍ୟା ନେଇ ଅଭିଯୋଗ କରିଛନ୍ତି। କେନ୍ଦୁପତ୍ର ତୋଳାଳୀ ଅଭିଯୋଗ କରି କହିଛନ୍ତି ସେମାନେ ଖରା ତରାରେ ମୁଣ୍ଡଝାଳ ତୁଣ୍ଡେ ମାରି ନିଜ ଦେହର ରକ୍ତ ଶୁଖାଇ କେନ୍ଦୁପତ୍ର ତୋଳି ଜୟପୁର କେନ୍ଦୁପତ୍ର ଡିଭିଜନର ବିଷମକଟକ କେନ୍ଦୁପତ୍ର ରେଞ୍ଜ ଅଧିନରେ ଥିବା ସିକରପାଇ ଗୋଦାମକୁ ପ୍ରଦାନ କରିଛନ୍ତି। ଏଥି ମଧ୍ୟରେ ବିଷମକଟକ କେନ୍ଦୁପତ୍ର ରେଞ୍ଜ ଅଞ୍ଚଳରେ ରହିଥିବା ସମସ୍ତ ଗୋଦାମରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳୀ ଶ୍ରମିକ ମାନଙ୍କର ବ୍ୟାଙ୍କ ଖାତାକୁ କେନ୍ଦୁପତ୍ର ତୋଳିବା ପ୍ରାପ୍ୟ ଅର୍ଥ ରାଶି ପହଞ୍ଚି ଥିଲା ବେଳେ ସିକରପାଇ ଓ ମାଝୀଗୁଡା ଦୁଇ ଗୋଟି ଗୋଦାମ ଅଧୀନରେ ଥିବା କେନ୍ଦୁପତ୍ର ତୋଳାଳୀ ଶ୍ରମିକ ମାନଙ୍କ ବ୍ୟାଙ୍କ ଖାତାକୁ ପ୍ରାପ୍ୟ ଅର୍ଥରାଶି ବର୍ତ୍ତମାନ ସୁଦ୍ଧା ପହଁଞ୍ଚି ପାରିନଥିବାରୁ ଅଭିଯୋଗ କରିଛନ୍ତି। ସେମାନଙ୍କ ନିମନ୍ତେ ଛତା, ଚପଲ ପାଇଁ ଆସୁଥିବା ଟଙ୍କା ମଧ୍ୟ ପହଁଞ୍ଚି ନାହିଁ ବୋଲି କହିଛନ୍ତି।
ପ୍ରକାଶ ଥାଉ କି କେନ୍ଦୁପତ୍ର ବିଭାଗୀୟ ଅଧିକାରୀ ମାନଙ୍କ ବେପାରୁଆ ନୀତି ଯୋଗୁଁ କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ କାର୍ଯ୍ୟରତ କେନ୍ଦୁପତ୍ର ତୋଲାଳୀ ମାନଙ୍କ ମୃତ୍ୟୁ କାଳୀନ ସହାୟତା ବୀମା ରାଶି ବର୍ଷ ବର୍ଷ ଧରି ପଡ଼ି ରହିଥିବା ହେତୁ ଶ୍ରମିକ ମାନେ ଅତ୍ୟନ୍ତ କ୍ଷଭୋ ପ୍ରକାଶ ସହ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।

ପ୍ରାତଃଭ୍ରମଣ କରୁଥିଲେ ମହିଳା ; ଦୁର୍ବୃତ୍ତ ସୁନା ଚେନ୍ ନେଇ ଚମ୍ପଟ..

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories