www.samajalive.in
Friday, December 5, 2025
27.1 C
Bhubaneswar

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଲକ୍ଷ୍ମୀପୁର: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ବିଜେପି ପକ୍ଷରୁ ଲକ୍ଷ୍ମୀପୁରରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ମନ୍ତ୍ରୀ ଶ୍ରୀ ପାତ୍ର କୋରାପୁଟ ଗଲା ବେଳେ ତାଙ୍କୁ ସ୍ଥାନୀୟ ଟେଲିଫୋନ୍ ଏକ୍ସଚେଞ୍ଜ ଠାରୁ ବସଷ୍ଟାଣ୍ଡ ପର୍ୟ୍ୟନ୍ତ ଶୋଭାଯାତ୍ରାରେ ଅଣାଯାଇଥିଲା। ଏଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସେହିପରି ଖାଉଟି ବଣ୍ଟନ କିପରି ସୂଚାରୁ ରୂପେ ହୋଇପାରିବ, ଚାଷୀ ମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ କିପରି ପାଇ ପାରିବେ ସେ ଦିଗରେ ସରକାର ଗୁରୁତ୍ବ ଦେବେ ବୋଲି ମନ୍ତ୍ରୀ କହିଥିଲେ। ସେହିପରି ଜିଲାରେ ଖାଲି ପଡିଥିବା ଯୋଗାଣ ନୀରିକ୍ଷକ ପଦବୀ ଗୁଡିକ ଯଥାଶିଘ୍ର ପୂରଣ କରାଯିବ ବୋଲି କହିଥିଲେ। ଏଠାରେ ଜିଲା ସଭାପତି ସୁମନ୍ତ ପ୍ରଧାନ, କୋରାପୁଟ ବିଧାୟକ ରଘୁରାମ ମାଛ ,ଗତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ହୋଇଥିବା କାଲିରାମ ମାଝୀଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଓ୍ବାଇ କୁଲେସିକା, ପ୍ରସାଦ ଖରା, ଉପାଧ୍ୟକ୍ଷା ଆରତୀ କୁଲଦୀପ, ଜିଲା ଉପସଭାପତି ନକୂଳ ବିଷୋଇ ଜିଲା ଉପସଭାପତି, ଅଗସ୍ତୀ ହାଲଓ୍ଵା, ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ଉଦୟ ହିକକା, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ମନୋଜ ସାହୁମଣ୍ଡଳ ସଭାପତି ଅନନ୍ତ ହୁଇକା, ଯୁବ ନେତା ଦେବ ଖରା ପ୍ରମୁଖ ଉପସ୍ଥିତ ଥିଲେ ।

ବେଆଇନ କରତକଳରେ ଚଢାଉ , ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ 

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories