କଳାପଥର (ବାଙ୍କୀ):କଟକ ଜିଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ଼ ଅବକାରୀ ଉପଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ବାଙ୍କୀ ଓ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର, ଗୋପାଳପୁର, ରଗଡ଼ି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ମୋଟ ୬୫ଲିଟର ହାତ ତିଆରି ଦେଶୀ ରନ୍ଧାମଦ ଜବତ ହେବା ସହ ୪ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଅଭିଯୁକ୍ତମାନଙ୍କୁ ବାଙ୍କୀ କୋର୍ଟକୁ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ବାଙ୍କୀ ଅବକାରୀ ଅଧିକାରୀ ସୌମ୍ୟରଞ୍ଜନ ମାଝୀ, ଏଏସ୍ଆଇ ନିର୍ମଳ କୁମାର ବେହେରା ଓ ଅବକାରୀ କର୍ମଚାରୀ ପୂର୍ଣ୍ଣେଶ୍ୱର ମାଝୀ ସହଯୋଗ କରିଥିଲେ ।
Comments are closed.