www.samajalive.in
Saturday, December 13, 2025
26.1 C
Bhubaneswar

ଅଜଣା ରୋଗରେ ୪ ଶିଶୁଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: କୋରାପୁଟ ଜିଲାର ନାରାୟଣପାଟଣା ଅଞ୍ଚଳରେ ଅଜଣା ରୋଗ ବ୍ୟାପିବା ଆରମ୍ଭ ହୋଇଛି। ଗତ ସପ୍ତାହକ ମଧ୍ୟରେ ଏହି ଅଞ୍ଚଳରେ ୪ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଅନେକ ଶିଶୁ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କୁ ଲକ୍ଷ୍ମୀପୁର ଏବଂ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଏହି ଶିଶୁମାନେ କ’ଣ ପାଇଁ ପ୍ରାଣ ହରାଇଛନ୍ତି ତାହା ଜଣାପଡ଼ି ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଡିପ୍‌‌ଥେରିଆ ରୋଗରେ ଆକ୍ରାନ୍ତ ହୋଇ ଶିଶୁମାନଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ପୂର୍ବରୁ କଳାହାଣ୍ଡି ଜିଲାରେ ଡିପଥେରିଆ ବ୍ୟାପିଥିଲା। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆକ୍ରାନ୍ତ ହୋଇଥିଲେ। କୋରାପୁଟ ଜିଲାରେ ମଧ୍ୟ ପୂର୍ବରୁ ଜଣେ ଶିଶୁ ଡିପଥେରିଆରେ ମୃତ୍ୟୁବରଣ କରିଥିଲେ। ବନ୍ଧୁଗାଁ ଅଞ୍ଚଳର ଏହି ଶିଶୁ ଅସୁସ୍ଥ ହେବା ପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories