ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ଗୁରୁତ୍ୱପୂର୍ଣ୍ଣ ଫାଇଲ, କମ୍ପ୍ୟୁଟର, ଆସବାବପତ୍ର ପୋଡି ପାଉଁଶ
ହରଭଙ୍ଗା : ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଆଜି ସକାଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡରେ ବ୍ଲକର ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ସହିତ କମ୍ପ୍ୟୁଟର ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବ୍ଲକ କାର୍ଯ୍ୟାଳୟ ଉପର ମହଲାରେ ଥିବା ବିପିସି ରୁମରେ ସକାଳୁ ସକାଳୁ ନିଆଁ ଲାଗିଥିଲା। ସେଠାରୁ ପ୍ରଚୁର ଧୂଆଁ ବାହାରୁଥିବା ଦେଖି ସମସ୍ତେ ଘଟଣାସ୍ଥଳରେ ପହଁଚିଥିଲେ। ଖବର ପାଇ ହରଭଙ୍ଗା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ଗ୍ୟାସ ସାହାଯ୍ୟରେ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲା। ଅଗ୍ନିକାଣ୍ଡରେ ପି. ଏମ. ୱାଇ ଫାଇଲ ସବୁ ପୋଡିଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ଖୁବ୍ ଶୀଘ୍ର ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ବିଡିଓ ଶରତ କୁମାର ସେଠୀ।
Comments are closed.