www.samajalive.in
Sunday, December 14, 2025
26.1 C
Bhubaneswar

ଏଣିକି ସେନା କ୍ୟାଣ୍ଟିନରେ ମିଳିବ କାର୍‌‌, ଶସ୍ତାରେ କିଣିବେ କର୍ମଚାରୀ

ସମାଜ ଡିଜିଟାଲ ଡେସ୍କ: ଏଣିକି ସେନା କ୍ୟାଣ୍ଟିନରେ ମିଳିବ କାର୍‌‌। କର୍ମଚାରୀମାନେ ଚାହିଁଲେ ନିଜ କ୍ୟାଣ୍ଟିନରୁ କାର୍‌‌ ବି କିଣିପାରିବେ। ତେବେ ସବୁ କମ୍ପାନୀର କାର୍‌‌ ଏଠାରେ ଉପଲବ୍ଧ ହେବ ନାହିଁ। କେବଳ କିଆ କମ୍ପାନୀର କାର୍‌‌ ମିିଳିବ। ଭାରତୀୟ ବଜାରରେ ଆଧିପତ୍ୟ ବିସ୍ତାର କରିବା ଲାଗି କିଆ ଇଣ୍ଡିଆ ପକ୍ଷରୁ କେନ୍ଦ୍ରୀୟ ପୁଲିସ କଲ୍ୟାଣ ଭଣ୍ଡାର ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। କିଆ କମ୍ପାନୀ ଏହାର ଲୋକପ୍ରିୟ ଭାରିଆଣ୍ଟାଗୁଡ଼ିକୁ କ୍ୟାଣ୍ଟିନରେ ବିକ୍ରି କରିବ। ଯାହା ଫଳରେ ଅର୍ଦ୍ଧସୈନିକ ବଳ, ରାଜ୍ୟ ଏବଂ କେନ୍ଦ୍ର ପୁଲିସ କର୍ମଚାରୀ, ଗୃହ ମନ୍ତ୍ରଣାଳୟ କର୍ମଚାରୀ ଏବଂ ସେମାନଙ୍କ ପରିବାର ବଜାର ମୂଲ୍ୟଠାରୁ ଶସ୍ତାରେ ଏହି କାର କିଣିପାରିବେ।

ଦେଶରେ ଥିବା ୧୧୯ ମୁଖ୍ୟ କ୍ୟାଣ୍ଟିନ ସମେତ ୧୯୦୦ରୁ ଅଧିକ ସହାୟକ କ୍ୟାଣ୍ଟିନରେ ଏହି କାର ବିକ୍ରି ହେବ। ବର୍ତ୍ତମାନ ସମୟରେ କେନ୍ଦ୍ରୀୟ ପୁଲିସ କଲ୍ୟାଣ ଭଣ୍ଡାର ଦ୍ୱାରା ପୁଲିସ ଏବଂ ଅର୍ଦ୍ଧସାମରିକ ବଳର ୩୫ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି। ତେଣୁ କିଆ କମ୍ପାନୀ ଏହି କ୍ୟାଣ୍ଟିନକୁଡ଼ିକ ଜରିଆରେ ନିଜର ଉତ୍ପାଦ ବିକ୍ରି କରି କାର୍‌‌ ବଜାର ଉପରେ ନିଜର ଆଧିପତ୍ୟ ଜାହିର କରିବାକୁ ଯୋଜନା କରିଛି ବୋଲି କୁହାଯାଉଛି। ଆକର୍ଷଣୀୟ ବହିର୍ଭାଗ ଏବଂ ଆଭ୍ୟନ୍ତରୀଣ ଡିଜାଇନ ସାଙ୍ଗକୁ ଶକ୍ତିଶାଳୀ ପର୍ଫମାନ୍ସ, କନେକ୍ଟେଡ୍‌‌ କାର ଭଳି ସ୍ମାର୍ଟ ବୈଷୟିକ ସୁବିଧା ଓ ଆରାମ ପାଇଁ କିଆ କାର୍‌‌ ଜଣାଶୁଣା। କିଆ ଇଣ୍ଡିଆର ମୁଖ୍ୟ ବିକ୍ରୟ ଅଧିକାରୀ ମ୍ୟୁଙ୍ଗ ସିକ୍‌‌ ସୋହନ କହିଛନ୍ତି ‘ଏହି ବୁଝାମଣା ଜରିଆରେ ଆମେ ଅର୍ଦ୍ଧସୈନିକ, ପୁଲିସ କର୍ମଚାରୀ ଏବଂ ସେମାନଙ୍କ ପରିବାରର ସେବା କରିବାକୁ ସୁଯୋଗ ମିଳିଛି। ଏହାକୁ ନେଇ ଆମେ ଗର୍ବିତ। ଆମ ଉତ୍ପାଦ ସେମାନଙ୍କ ଆବଶ୍ୟକତା ପୂରଣ କରିବ ବୋଲି ମୋର ବିଶ୍ୱାସ ରହିଛି।’

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories