www.samajalive.in
Monday, December 8, 2025
24.1 C
Bhubaneswar

୨୪ରେ ୧୯୮୦ ଛାତ୍ର ଆନ୍ଦୋଳନର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ଉଚ୍ଚ ଶିକ୍ଷାନୁଷ୍ଠାନ ଗଙ୍ଗାଧର ମେହେର କଲେଜରୁ ୧୯୮୦ ମସିହାରେ ଐତିହାସିକ ଛାତ୍ର ଆନ୍ଦୋଳନର ସୂତ୍ରପାତ ହୋଇଥିଲା। ଗଙ୍ଗାଧର ମେହେର କଲେଜ ଛାତ୍ର ସଂସଦର ତତ୍କାଳୀନ ସଭାପତି ସୁରେଶ ପୂଜାରୀଙ୍କ ଆବାହକତ୍ବରେ ନିଖିଳ ଓଡିଶା ଛାତ୍ର କ୍ରିୟାନୁଷ୍ଠାନ କମିଟି ନିଶୁଳ୍କ କଲେଜ ଶିକ୍ଷା, ଯାତ୍ରୀବାହୀ ବସରେ ଛାତ୍ରଛାତ୍ରୀଙ୍କୁ ୫୦% ରିହାତି ସମେତ ୮ ଦଫା ଦାବିରେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନର ନେତୃତ୍ବ ନେଇଥିଲା। ଏହି ଆନ୍ଦୋଳନ ସମୟରେ ରାଜ୍ୟର ଟିଟିଲାଗଡ଼, ବିନିକା, ହୀରାକୁଦ, ଭୁବନ ଓ ଅନ୍ୟ କେତେକ ସ୍ଥାନରେ ପୁଲିସ ଗୁଳିଚାଳନା କରିଥିଲା। ସେ ସମୟରେ ରାଜ୍ୟରେ ଶାସକ ଦଳର ଗୁଣ୍ଡାଙ୍କ ଆକ୍ରମଣରେ ୬ ଛାତ୍ର ଓ ସାଧାରଣ ନାଗରିକ ସହିଦ ହୋଇଥିଲେ। ସେହି ସହିଦମାନଙ୍କ ସ୍ମୃତିରେ ଗଙ୍ଗାଧର ମେହେର କଲେଜ ପରିସରରେ ସହିଦ ସ୍ତମ୍ଭ ନିର୍ମାଣ ସହ ଡିସେମ୍ବର ୫ ତାରିଖ ସହିଦ ଦିବସ ପାଳନ କରାଯାଇଥାଏ। ସମ୍ପ୍ରତି ସେହି ଐତିହାସିକ ଛାତ୍ର ଆନ୍ଦୋଳନର ନେତା ସୁରେଶ ପୂଜାରୀ ରାଜ୍ୟର ରାଜସ୍ବ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ଆସନ୍ତା ୨୪ ତାରିଖରେ ସେ ପ୍ରଥମ ସରକାରୀ ଗସ୍ତରେ ସମ୍ବଲପୁର ଆସୁଛନ୍ତି। ଏହି ଅବସରରେ ସେ ୧୯୮୦ ଛାତ୍ର ଆନ୍ଦୋଳନର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣକୁ ତାଙ୍କ ଗସ୍ତସୂଚୀରେ ସାମିଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୪ ତାରିଖ ସକାଳ ସାଢେ ୯ ଟାରେ ଗଙ୍ଗାଧର କଲେଜ ( ବର୍ତ୍ତମାନର ଜିଏମୟୁ ) ପରିସରରେ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ କଲେଜର ପୁରାତନ ଛାତ୍ରଛାତ୍ରୀ ଏବଂ ଛାତ୍ର ଆନ୍ଦୋଳନ ସମୟର ସମସ୍ତ ଛାତ୍ରନେତା ଓ ସାମାଜିକ କର୍ମୀଙ୍କୁ ତତ୍କାଳୀନ ନିଖିଳ ଓଡିଶା ଛାତ୍ର କ୍ରିୟାନୁଷ୍ଠାନ କମିଟିର ସଭ୍ୟ ତଥା ଟ୍ରେଡ ୟୂନିଅନ ନେତା ମହେନ୍ଦ୍ର ମିଶ୍ର ଅନୁରୋଧ କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories