ନିଟ୍‌-ପିଜି ପ୍ରବେଶିକା ସ୍ଥଗିତ

ନୂଆଦିଲ୍ଲୀ: ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ଦ୍ବାରା ପରିଚାଳିତ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ବିବାଦ ଲାଗିରହିଥିବାବେଳେ କେନ୍ଦ୍ର ସରକାର ଶନିବାର ନିଟ୍‌-ପିଜି (ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷା) ପ୍ରବେଶିକା ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖିଛନ୍ତି। ଜୁନ୍‌ ୨୩, ରବିବାର ଏହି ପରୀକ୍ଷା ହେବାର ଥିଲା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଟ୍‌-ପିଜି ପ୍ରବେଶିକା ପରୀକ୍ଷା ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରିବା ଓ ସତର୍କତାମୂଳକ ପଦକ୍ଷେପ ଉଦ୍ଦେଶ୍ୟରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛି। ପରୀକ୍ଷା ସମ୍ପର୍କରେ ସରକାର ପରବର୍ତ୍ତୀ ସମୟରେ ନିଷ୍ପତ୍ତି ଘୋଷଣା କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

Comments are closed.