www.samajalive.in
Saturday, December 13, 2025
26.1 C
Bhubaneswar

ଏଠାରେ ଗୋମାତା’ଙ୍କ ସେବା କରନ୍ତି ମୁସଲମାନ, ମସଜିଦ ପରିଚାଳନା କରନ୍ତି ହିନ୍ଦୁ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଅବସ୍ଥା କ’ଣ ତାହା ସାରା ଦୁନିଆ ଜାଣିଛି। ଏଠାରେ ହିନ୍ଦୁ ଯୁବତୀଙ୍କୁ ଅପହରଣ କରାଯାଇ ବଳପୂର୍ବକ ଧର୍ମ ପରିବର୍ତ୍ତନ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ଏହି ପାକିସ୍ତାନରେ ଏପରି ଏକ ଜାଗା ଅଛି, ଯେଉଁଠି ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ଅତୁଟ ସମ୍ପର୍କ ଏବଂ ଭାଇଚାରା ବଜାୟ ରହିଛି। ଏପରି କି ବକ୍ରିଇଦ ଅବସରରେ ସାରା ଦେଶରେ ଗୋରୁଙ୍କ କୁରାବାନୀ ଦିଆଯାଉଥିବାବେଳେ ଏଠାରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳେ। ଏଠାରେ କେବଳ ହିନ୍ଦୁ ନୁହଁନ୍ତି, ମୁସଲମାନମାନେ ବି ଗୋ-ସେବା କରୁଥିବା ଦେଖାଯାଏ। ଏହି ଅଞ୍ଚଳ ହେଉଛି ସିନ୍ଧ ପ୍ରଦେଶର ଥାର ଜିଲାର ମିଠି ସହର।

ପାକିସ୍ତାନରେ ନିକଟରେ ବକରିଇଦ ଅବସରରେ ୨ ଲକ୍ଷ ୯୦ ହଜାର ଗାଈଙ୍କୁ ହତ୍ୟା(କୁରବାନୀ) କରାଯାଇଛି। ଏହାବ୍ୟତୀତ ଏହି କୁରବାନୀରେ ୩ ଲକ୍ଷ ୩୦ ହଜାର ଛେଳି, ୩ ଲକ୍ଷ ୮୫ ହଜାର ମେଣ୍ଢା, ୯୮ ହଜାର ଓଟ ଏବଂ ୧ ଲକ୍ଷ ୬୫ ହଜାର ମଇଁଷି ସାମିଲ ଅଛନ୍ତି। କିନ୍ତୁ ମିଠି ସହର ବକରିଇଦ ସମୟରେ ଗୋ-ସେବାରେ ଲାଗିଥିଲା। ବିବିସି ରିପୋର୍ଟ ଅନୁସାରେ, ମିଠିରେ ଗୋଶାଳା ରହିଛି, ଯେଉଁଠି ବୁଲାଗୋରୁଙ୍କୁ ରଖାଯାଇ ସେବା କରାଯାଇଥାଏ।

- Advertisement -

ଗୋ-ଆଶ୍ରମ ପରିଚାଳକ ସାମନ ଦାସ ସୋଠାର ବିବିସିକୁ କହିଛନ୍ତି ଯେ, ଗୋରୁମାନେ କଥା କହିପାରନ୍ତି ନାହିଁ। ତାଙ୍କ କଥା ଶୁଣିବାକୁ କେହି ନାହାନ୍ତି। ଏମାନେ ଯେଉଁଠି ପାରନ୍ତି ସେଠାରେ ରହିଯାଆନ୍ତି। ତେଣୁ ସେମାନଙ୍କ ସେବା କରିବା ଲାଗି ଭଗବାନ ଆମ ହୃଦୟରେ ସ୍ୱତନ୍ତ୍ର ବିଚାର ସୃଷ୍ଟି କରିଛନ୍ତି। ଆମ ହିନ୍ଦୁ ଏବଂ ମୁସଲମାନ ଭାଇମାନେ ଏହି କାମକୁ ମିଶି ଆଗକୁ ନେଉଛନ୍ତି। ଥାରରେ ବର୍ଷ ବର୍ଷ ଧରି ହିନ୍ଦୁ-ମୁସଲିମ ଏକାଠି ରହିଆସୁଛନ୍ତି।

ସେ ଆହୁରି କହିଛନ୍ତି, ଥାର୍‌‌ରେ କେତେବେଳେ ହିନ୍ଦୁ ତ ଆଉ କେତେବେଳେ ମୁସଲମାନଙ୍କ ସରକାର ରହିଆସିଛି। ଇଦଠାରୁ ଆରମ୍ଭ କରି ହୋଲି ପର୍ଯ୍ୟନ୍ତ ଏଠାରେ ଲୋକେ ସବୁପର୍ବକୁ ଏକାଠି ପାଳନ କରନ୍ତି। ମିଠି ସହରରେ ୧୨ରୁ ଅଧିକ ମସଜିଦ ରହିଛି, ଯାହାର ପରିଚାଳକ ହେଉଛନ୍ତି ହିନ୍ଦୁ। ସେହିପରି ମୁସଲମାନଙ୍କ କୌଣସି ପର୍ବରେ ବି ଗୋମାତାଙ୍କ ବଳି ଦିଆଯାଏ ନାହିଁ। ମୁସଲମାନମାନେ ଘରେ ଗୋପାଳନ କରନ୍ତି। ସେମାନେ ଏହି ଆଶ୍ରମରୁ ଗାଈ ବି ନିଅନ୍ତି। ରହିମ ଖାନ ନାମକ ସ୍ଥାନୀୟ ଯୁବକ କହିଛନ୍ତି ଯେ, ସେ ନିକଟରେ ଉକ୍ତ ଗୋ ଆଶ୍ରମରୁ ଏକ ଗାଈ ଆଣିଥିଲେ। ଗାଈ ଆଣିବା ସମୟରେ କେହି ତାଙ୍କୁ ତାଙ୍କ ଧର୍ମ ବିଷୟରେ ପଚାରି ନ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories