www.samajalive.in
Saturday, December 6, 2025
26.1 C
Bhubaneswar

ଓଲା ଆଣୁଛି ଇ-ବାଇକ୍, ଜାଣନ୍ତୁ କେବେ ହେବ ବଜାର ପ୍ରବେଶ..

ନୂଆଦିଲ୍ଲୀ : ଓଲା ନିଜ ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲର ବଜାର ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହେଉଛି । କମ୍ପାନୀ ୪ ଇଲେକ୍ଟ୍ରିକ୍ ବାଇକର ଉତ୍ପାଦନ ଆରମ୍ଭ କରିଦେଇଛି । ଇ-ସ୍କୁଟର ଲୋକପ୍ରିୟ ହେବା ପରେ ଏବେ କମ୍ପାନୀ ଇ-ବାଇକ୍ ଆଣିବା ପାଇଁ ଯୋଜନା କରୁଛି । ଗତ ବର୍ଷ ଓଲା ଏହି ୪ ବାଇକକୁ ପ୍ରଦର୍ଶିତ କରିଥିଲା । ଏହି ବାଇକଗୁଡିକ ହେଉଛି ଡାଇମଣ୍ଡହେଡ୍, ଆଡଭେଞ୍ଚର, ରୋଡଷ୍ଟର୍ ଏବଂ କ୍ରୁଜର ।

ଓଲା ଇଲେକ୍ଟ୍ରିକ୍ ନିକଟରେ ନିଜ ୩ ମୋଟରସାଇକେଲର ଡିଜାଇନ୍ ଏବଂ ଏକ ରିମୁଭେବଲ ଇଲେକ୍ଟ୍ରିକ୍ ବ୍ୟାଟେରୀ ପାଇଁ ପେଟେଣ୍ଟ କରାଇଛି । କମ୍ପାନୀର ଇ-ସ୍କୁଟର ପୂର୍ବରୁ ବଜାରରେ ନିଜ ଦବଦବା ବଜାୟ ରଖିଛି । ସମୁଦାୟ ଇ-ସ୍କୁଟରର ୩୦ ପ୍ରତିଶତ ହେଉଛି ଓଲା କମ୍ପାନୀର ସ୍କୁଟର । ତେବେ କମ୍ପାନୀ ୨୦୨୬ ମସିହା ପ୍ରାରମ୍ଭରୁ ଇ-ବାଇକର ଡେଲିଭରୀ ଆରମ୍ଭ କରିବା ଆଶା ରଖିଛି । ଓଲା ଭଳି ହିରୋ ମୋଟୋକର୍ପ ମଧ୍ୟ ଇ-ବାଇକ୍ ଆଣିବା ପାଇଁ ଯୋଜନା କରୁଛି । ୨୦୨୫-୨୬ ସୁଦ୍ଧା କମ୍ପାନୀ ଇଲେକ୍ଟ୍ରିକ୍ ବାଇକର ବଜାର ପ୍ରବେଶ କରିପାରେ ।

ହ୍ୱାଟ୍ସଆପ୍‌‌ ଷ୍ଟକ୍‌‌ ମାର୍କେଟ ସ୍କାମ୍‌‌: ୭୧ବର୍ଷୀୟଙ୍କୁ ଚୁନ ଲଗାଇଲେ ମହିଳା, ଲୁଟିଲେ ୨କୋଟି

- Advertisement -

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories