www.samajalive.in
Saturday, December 6, 2025
19.1 C
Bhubaneswar

ଉନ୍ନତ ବୈଷୟିକ ଜ୍ଞାନକୌଶଳ ଓ ଆଧୁନିକ ବୈଜ୍ଞାନିକ ପଦ୍ଧତି ଦ୍ୱାରା ଖାଦ୍ୟର ଗୁଣବତ୍ତାକୁ ବୃଦ୍ଧି କରାଯାଇପାରୁଛି

ଭୁବନେଶ୍ୱର: ଆଜି ଅପରାହ୍ନରେ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ ସଂସ୍ଥା ଓଡ଼ିଶା ମୁଖ୍ୟ ଏଲିଜାବେଥ ଫର ଓ ବିଶ୍ୱ ଖାଦ୍ୟ ସଂସ୍ଥାର କ୍ଷେତ୍ର ମୁଖ୍ୟ ଅଧିକାରୀ  ହିମାଂଶୁ ବଳ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଖାଦ୍ୟ ସୁରକ୍ଷାରେ ଓଡ଼ିଶାକୁ ଏକ ହବ୍ ଭାବେ ଗଢି ତୋଳିବା ସହ ଖାଦ୍ୟର ଗୁଣାତ୍ମକ ମୂଲ୍ୟ ବୃଦ୍ଧି କରିବାରେ ମିଳିତ ଜାତିସଂଘ ଅନ୍ତର୍ଗତ ବିଶ୍ୱ ଖାଦ୍ୟ ସଂସ୍ଥାର ଅବଦାନ ଅତୁଳନୀୟ। ଉନ୍ନତ ବୈଷୟିକ ଜ୍ଞାନକୌଶଳ ଓ ଆଧୁନିକ ବୈଜ୍ଞାନିକ ପଦ୍ଧତି ଦ୍ୱାରା ଖାଦ୍ୟର ଗୁଣବତ୍ତାକୁ ବୃଦ୍ଧି କରାଯାଇପାରୁଛି।

ଏହି ସବୁ ଜ୍ଞାନକୌଶଳ ଅନ୍ୟାନ୍ୟ ଉନ୍ନତ ଦେଶଠାରୁ ଭାରତ ଓ ବିଶେଷ କରି ଓଡ଼ିଶାକୁ ବିଶ୍ୱ ଖାଦ୍ୟ ସଂସ୍ଥା ଦ୍ୱାରା ସହଜରେ ମିଳିପାରୁଛି, ଯାହା ରାଜ୍ୟରେ ଅପପୁଷ୍ଟି, ଜୀବନଧାରଣର ମାନ ବୃଦ୍ଧି ଓ ଉନ୍ନତ ସ୍ୱାସ୍ଥ୍ୟ ଲାଭରେ ସହାୟକ ହେବା ବିଶ୍ୱ ଖାଦ୍ୟ ସଂସ୍ଥା ସହ ଓଡ଼ିଶା ସରକାରଙ୍କ ଘନିଷ୍ଠ ସହଯୋଗ ଓଡ଼ିଶାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ସାହାଯ୍ୟ କରିବା ପୁଷ୍ଟିକର ଭିଟାମିନଯୁକ୍ତ ଚାଉଳ ରାଜ୍ୟରେ ପୁଷ୍ଟିହୀନତାକୁ ଦୂର କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ବକ୍ତବ୍ୟରେ କହିଥିଲ। ଜାତିସଂଘର ବିଶ୍ୱ ଖାଦ୍ୟ ସଂସ୍ଥା ସହ ଆଗକୁ ଏହି ସହଭାଗିତା ଜାରି ରହିବ ଏବଂ ମିଳିତ ସହଯୋଗରେ ଓଡ଼ିଶାକୁ ବିଶ୍ୱ ଦରବାରରେ ଉତ୍କର୍ଷର କେନ୍ଦ୍ର ଭାବେ ପରିଚିତି ପ୍ରଦାନ କରିବ ବୋଲି ଏଲିଜାବେଥ ଫର କହିଥିଲେ। ଆଲୋଚନାବେଳେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମହମ୍ମଦ ହକ୍ ଉପସ୍ଥିତ ରହି ପ୍ରସଙ୍ଗରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories