www.samajalive.in
Monday, December 8, 2025
13.1 C
Bhubaneswar

ସାଉଥ୍‌ ନିର୍ଦେଶକଙ୍କ ସହ ଜବରଦସ୍ତ ଆକ୍ସନ ଚଳଚ୍ଚିତ୍ର ନେଇ ଆସୁଛନ୍ତି ସନି ଦେଓଲ, ଆସିଲା ପ୍ରଥମ ପୋଷ୍ଟର

ସମାଜ ଡିଜିଟାଲ ଡେସ୍କ: ସନି ଦେଓଲଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଆକ୍ସନରେ ଭରପୁର ଏକ ନୂଆ ପ୍ରୋଜେକ୍ଟ ନେଇ ଆସୁଛନ୍ତି ଅଭିନେତା। ଦକ୍ଷିଣ ଭାରତୀୟ ନିର୍ଦେଶକ ଗୋପୀଚନ୍ଦ ସନି ଦେଓଲଙ୍କ ସହ ଏକ ବଡ଼ ଆକ୍ସନ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି। ଏହାର ନାମ ଅସ୍ଥାୟୀ ଭା​‌ବେ ‘ଏସଡିଜିଏମ’ ରଖାଯାଇଛି। ଖୁବଶୀଘ୍ର ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହେବ।


ଲୋକପ୍ରିୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ବୀରା ସିହ୍ମା ରେଡ୍ଡୀ’ର ସଫଳତା ପରେ ଟଲିଉଡ ନିର୍ଦ୍ଦେଶକ ଗୋପୀଚନ୍ଦ ମାଲିନେନୀ ରବି ତେଜାଙ୍କ ସହ ଏକ ଫିଲ୍ମ ଘୋଷଣା କରିଥିଲେ, ଯାହାକି କିଛି କାରଣରୁ ବନ୍ଦ ହୋଇଯାଇଥିଲା। ଏବେ ନିର୍ଦେଶକ ଏକ ରୋମାଞ୍ଚକର ଘୋଷଣା କରିଛନ୍ତି। ଲୋକପ୍ରିୟ ବଲିଉଡ ଅଭିନେତା ସନି ଦେଓଲଙ୍କ ସହ ସେ ଏକ ନୂଆ ଆକ୍ସନ୍ ପ୍ୟାକ୍ ଚଳଚ୍ଚିତ୍ର ନେଇ ଆସୁଛନ୍ତି। ମାଇଥ୍ରୀ ମୁଭି ସାମାଜିକ ଗଣମାଧ୍ୟମରେ ପୋଷ୍ଟର ଶେୟାର କରି ଲେଖିଛନ୍ତି, ‘‘ଦେଶର ସବୁଠାରୁ ବଡ଼ ଆକ୍ସନ ଚଳଚ୍ଚିତ୍ର ପାଇଁ ରାସ୍ତା ପ୍ରସ୍ତୁତ କରନ୍ତୁ।’’ ଏହାସହ ଖୁବଶୀଘ୍ର ଶୁଟିଂ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories