ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହେବା ପୂର୍ବରୁ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା। ଫିନଲ୍ୟାଣ୍ଡ ଟୁର୍କୁରେ ଆୟୋଜିତ ପାଭୋ ନୁର୍ମି କ୍ରୀଡାରେ ନୀରଜ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ତୃତୀୟ ପ୍ରୟାସରେ ନୀରଜ ୮୫.୯୭ ମିଟର ଜାଭଲିନ୍ ଫିଙ୍ଗି ଶୀର୍ଷରେ ରହିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଫିନଲ୍ୟାଣ୍ଡ ଟୋନି କେରେନନ୍ ୮୪.୧୯ ମିଟର ଫିଙ୍ଗ ଦ୍ୱିତୀୟ ସ୍ଥାନରେ ରହି ରୋପ୍ୟ ପଦକ ଏବଂ ଗତ ବର୍ଷର ବିଜେତା ଓଲିଭର୍ ହେଲାର୍ଣ୍ଡ ୮୩.୯୬ମିଟର ଫିଙ୍ଗି ତୃତୀୟ ସ୍ଥାନରେ ରହିଥିଲେ।
Popular Categories



