ଜୟଲଳିତାଙ୍କ ମୃତ୍ୟୁ ପ୍ରସଙ୍ଗ : ଲଣ୍ଡନ ଡାକ୍ତରଙ୍କୁ ସମନ
ଚେନ୍ନଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ଏ ଅରୁମୁଘାସ୍ବାମୀ କମିସନ ଲଣ୍ଡନର ଡାକ୍ତର ରିଚାର୍ଡ ବିଲେଙ୍କୁ ସମନ ଜାରି କରିଛି। ସମନରେ ରିଚାର୍ଡଙ୍କୁ ଜାନୁଆରୀ ୯ ତାରିଖରେ ହାଜର ହେବାକୁ କୁହାଯାଇଛି। ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ କମିସନଙ୍କ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ଜାନୁଆରୀ ୨ରୁ ଏହି ପ୍ରସଙ୍ଗ ଉପରେ ଶୁଣାଣି ଆରମ୍ଭ ହେବ। ଜୟା ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ରିଚାର୍ଡ ତାଙ୍କର ଚିକିତ୍ସା ପାଇଁ ଦୁଇଥର ଆସିଥିଲେ। ଜୟାଙ୍କ ଚିକିତ୍ସା ସମ୍ପର୍କରେ ସେ ପରାମର୍ଶ ଦେଇଥିଲେ। ଡିସେମ୍ବର ୫, ୨୦୧୬ରେ ଜୟାଙ୍କର ମୃତ୍ୟୁ ହୋଇଥିଲା।