www.samajalive.in
Saturday, December 6, 2025
16.1 C
Bhubaneswar

କୋଇଲା ଖାଦାନରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି

ଶିଲୋଂ : ମେଘାଳୟ ଜୟନ୍ତୀ ହିଲ୍ସ ଜିଲାର ଏକ ଅବୈଧ କୋଇଲା କାରଖାନାରେ ୧୫ ଦିନ ହେବ ଫସି ରହିଥିବା ୧୫ ଶ୍ରମିକଙ୍କ ଉଦ୍ଧାର ପାଇଁ ଅଭିଯାନ ଆରମ୍ଭ ହୋଇଛି। ଖାଦାନରେ ପାଣି ଭର୍ତ୍ତି ହୋଇ ରହିଥିବାରୁ ଶ୍ରମିକଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଛି। ବାୟୁ ସେନା ଶୁକ୍ରବାର ୨୦ଟି ଉଚ୍ଚକ୍ଷମତା ସର୍ମ୍ପନ୍ନ ପମ୍ପ ନେଇ ସେଠାରେ ପହଞ୍ଚିଛି। ଏହାସହ ଓଡ଼ିଶା ଅଗ୍ନିଶମ ବାହିନୀର ୨୦ ଜଣ ସଦସ୍ୟ ଉଦ୍ଧାର ଅଭିଯାନ ପାଇଁ ମେଘାଳୟକୁ ଯାଇଛନ୍ତି। ପାଖାପାଖି ୩୫୦ ଫୁଟ୍‍ ଗଭୀର ଏହି ଖାଦାନରେ ଡିସେମ୍ବର ୧୩ରେ ପାଣି ପଶି ଯାଇଥିଲା। ଫଳରେ ସେଠାରେ ଶ୍ରମିକମାନେ ଫସି ଯାଇଥିଲେ। ଖାଦାନରୁ ପାଣି ନିଷ୍ପାସନ ପାଇଁ ଅଣାଯାଉଥିବା ୨୦ଟି ଉଚ୍ଚକ୍ଷମତା ସମ୍ପନ୍ନ ପମ୍ପରେ ମିନିଟ୍‍କୁ ୧୬୦୦ ଲିଟ୍‍ର ଲେଖାଏଁ ପାଣି ବାହାର କରାଯିବ। ଓଡ଼ିଶା ଅଗ୍ନିଶମ ବାହିନୀ ଦଳ ନିକଟରେ ଆବଶ୍ୟକ ଅଭିଜ୍ଞତା ଥିବାରୁ ଏହି ଦଳ ଉଦ୍ଧାର କାର୍ଯ୍ୟରେ ବଡ଼ ଭୂମିକା ନିର୍ବାହ କରିବ ବୋଲି ଅଗ୍ନିଶମ ସେବା ମହାନିର୍ଦେଶକ ବି.କେ ଶର୍ମା କହିଛନ୍ତି। ଏହାବାଦ୍‍ ଉଦ୍ଧାର ଅଭିଯାନରେ ଏନ୍‍ଡିଆରଏଫ୍‍, ଏସ୍‍ଡିଆରଏଫ ଏବଂ ସ୍ଥାନୀୟ ଦଳ ଲାଗି ରହିଛି। ଥାଇଲାଣ୍ଡ ଗୁମ୍ଫାରେ ଫସି ରହିଥିବା ଫୁଟ୍‍ବଲ ଦଳର ଉଦ୍ଧାର ଅଭିଯାନ ପାଇଁ ଉପକରଣ ଓ ମେସିନ୍‍ ଯୋଗାଇଥିବା କ୍ରିଲୋସ୍କାର ଗ୍ରୁପ୍‍ ଏଠାରେ ମଧ୍ୟ ସହାୟତାର ହାତ ବଢାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories