www.samajalive.in
Monday, December 8, 2025
24.1 C
Bhubaneswar

କାର ସହ ଗଂଜେଇ ଜବତ, ଦୁଇ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଶନିବାର ବୌଦ୍ଧ ବ୍ରିଜ ଛକ ନିକଟରେ ଏକ କାରରୁ ୩୦ କେଜି ଗଂଜେଇ ଜବତ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ମୁତାବକ, ମନମୁଣ୍ଡା ଥାନା ଗୁନ୍ଦୁଲିଆ ଅଞ୍ଚଳରୁ ଚାରିଛକ ଅଞ୍ଚଳକୁ ଏକ କାର ଯୋଗେ ଗଂଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ ଖବର ପାଇ ଚଢଉ କରିଥିଲା। କାରକୁ ଯାଂଚ କରିବାରୁ ଗଂଜେଇ ମିଳିଥିଲା।

କାରରେ ଥିବା ଗୁନ୍ଦୁଲିଆ ଗ୍ରାମର କପିଳ ସିଂ( ୪୦) ଓ ଏରଡା ଗ୍ରାମର ଶ୍ରୀକୃଷ୍ଣ ବେହେରା( ୪୩)ଙ୍କୁ ଗିରଫ କରାଯାଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଚଢଉରେ ଇନସ୍ପେକ୍ଟର ପ୍ରମୋଦ ବାଣୁଆ, ଏସଆଇ ସତ୍ୟନାରାୟଣ ପ୍ରଧାନ, ଏଏସଆଇ ପ୍ରିୟରଂଜନ କହଁର, ଅସିତ କୁମାର ପ୍ରଧାନ, ରେଣୁପ୍ରିୟା ଭୋଇ, ଅଂଜଳି ଅମାତ, ସତ୍ୟାନନ୍ଦ ମୁଖି, ପ୍ରଫୁଲ ଭୋକ୍ତା ସାମିଲ ଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories