www.samajalive.in
Wednesday, December 10, 2025
18.1 C
Bhubaneswar

ଦିଲ୍ଲୀରେ ଉତ୍କଟ ଜଳ ସଙ୍କଟ: କମୁଛି ଯମୁନା ନଦୀ ଜଳସ୍ତର, କଂଗ୍ରେସର ମଟ୍‌କା ଫୋଡ ଅଭିଯାନ

ନୂଆଦିଲ୍ଲୀ : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଯମୁନା ନଦୀର ଜଳସ୍ତର ହ୍ରାସ ପାଇଥିବାବେଳେ ରାଜଧାନୀ ଦିଲ୍ଲୀରେ ଉତ୍କଟ ଜଳସଙ୍କଟ ଦେଖାଦେଇଛି। ୱାଜିରାବାଦ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଜଳ ଅଭାବ ପଡିବାରୁ ଦିଲ୍ଲୀରେ ଦୈନିକ ୬୦ ନିୟୁତ ଗ୍ୟାଲନ ପାଣି ନିଅଣ୍ଟ ପଡୁଥିବା କୁହାଯାଇଛି। ପ୍ରଭାବିତ ଅଞ୍ଚଳରେ ଚାହିଦା ପୂରଣ କରିବାକୁ ଦିଲ୍ଲୀ ଜଳ ବୋର୍ଡ ତରଫରୁ ଟ୍ୟାଙ୍କର ଜରିଆରେ ପାଣି ଯୋଗାଇ ଦିଆଯାଉଛି। ତେବେ ଏହା ଆବଶ୍ୟକତା ପୂରଣ କରିବାରେ ସଫଳ ହୋଇପାରୁନାହିଁ। ଲୋକମାନେ ବାଲଟି, ସିଲଭର ହାଣ୍ଡି, ବଡ ବଡ ଜାର୍‌ ଏବଂ ଅନ୍ୟାନ୍ୟ ଜଳପାତ୍ର ଧରି ପାଣି ପାଇବାକୁ ଲାଇନରେ ଛିଡା ହେଉଥିବା ଲକ୍ଷ୍ୟ କରାଯାଇଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗତ ବୁଧବାର ଦିଲ୍ଲୀରେ କ୍ଷମତାସୀନ ଆପ୍‌ ସରକାରକୁ ଭର୍ତ୍ସନା କରିଛନ୍ତି। ଟ୍ୟାଙ୍କର ମାଫିଆଙ୍କ ଦୌରାତ୍ମ୍ୟକୁ ରୋକିବାରେ ଆପ୍‌ ସରକାର ବିଫଳ ହୋଇଥିବାରୁ ଦିଲ୍ଲୀବାସୀଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଥିବା ସୁପ୍ରିମକୋର୍ଟ ମତବ୍ୟକ୍ତ କରିଥିଲେ। ବିଶେଷଜ୍ଞଙ୍କ ମତ ଅନୁଯାୟୀ ଦିଲ୍ଲୀକୁ ପ୍ରତିଦିନ ୧୩୦୦ ନିୟୁତ ଗ୍ୟାଲନ ପାଣିର ଆବଶ୍ୟକତା ପଡିଥାଏ। ତେବେ ଦିଲ୍ଲୀ ଜଳ ବୋର୍ଡ କେବଳ ୧୦୦୦ ନିୟୁତ ଗ୍ୟାଲନ ଯୋଗାଇବାରେ ସଫଳ ହେଉଥିବାରୁ ଏଭଳି ସଙ୍କଟ ଉପୁଜିଥିବା କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଅଧିକ ଜଳ ନିଷ୍କାସନ କରିବାକୁ ସୁପ୍ରିମକୋର୍ଟ ଇତିମଧ୍ୟରେ ହିମାଚଳ ପ୍ରଦେଶ ଓ ହରିୟାଣା ସରକାରଙ୍କୁ ନିର୍ଦେଶ ଦେଇଥିଲେ ସୁଦ୍ଧା ଏହା ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇପାରିନାହିଁ। ଅପରପକ୍ଷରେ ଦିଲ୍ଲୀରେ ଦେଖାଦେଇଥିବା ଜଳ ସଙ୍କଟ ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ‘ମଟ୍‌କା ଫୋଡ୍‌’ ଅଭିଯାନ ଆରମ୍ଭ କରାଯାଇଛି। କଂଗ୍ରେସ କର୍ମୀମାନେ ମୁଣ୍ଡରେ ପାଣି ମାଠିଆ ଧରି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ଦିଲ୍ଲୀ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିବା ଲକ୍ଷ୍ୟ କରାଯାଇଛି। ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବିଧାନସଭାର ଜରୁରୀ ଅଧିବେଶନ ଡାକିବାକୁ ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ ଦାବି କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories