www.samajalive.in
Saturday, December 13, 2025
26.1 C
Bhubaneswar

ସମ୍ବଲପୁର ପାନ୍ଥ ନିବାସରେ ରଜ ମଉଜ

ସମ୍ବଲପୁର: ସମ୍ବଲପୁର ପାନ୍ଥ ନିବାସଠାରେ ରଜ ମଉଜ ୨୦୨୪ ଉଦଘାଟିତ ହୋଇଯାଇଛି। ପାନ୍ଥନିବାସରେ ଠାରେ ୩ ଦିନିଆ ରଜମଉଜ କାର୍ଯ୍ୟକ୍ରମକୁ ପଯ୍ୟଟନ ବିଭାଗ କାର୍ୟ୍ୟାଳୟ ସମ୍ବଲପୁର ଓଏସଡି ହେମନ୍ତ କୁମାର ପ୍ରଧାନ ଉଦଘାଟନ କରିଥିଲେ। ଏହି ଅବସରରେ ହୁଳହୁଳି ଓ ଶଙ୍ଖ ବାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ସଂସ୍କୃତି ଓ ପର୍ବପର୍ବାଣୀକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥନିବାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

୩ ଦିନ ବ୍ୟାପୀ ହେବାକୁ ଥିବା ଉତ୍ସବକୁ ପାନ୍ଥନିବାସର ପରିଚାଳକ ସନ୍ତୋଷ କୁମାର ସାମନ୍ତରାୟ ପରିଚାଳନା କରୁଥିବା ବେଳେ ଓଡ଼ିଶାର ପାରମ୍ପରିକ ରଜ ଦୋଳି, ରଜଗୀତର ଆସର, ରଜ ପାନ, ପିଠାପଣା ଲୋକଙ୍କୁ ସୁଲଭ ମୁଲ୍ୟରେ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ପ୍ରାକୃତିକ ପରିବେଶ ମଧ୍ୟରେ ଦୋଳିର ବ୍ୟବସ୍ଥା କରାଯାଇଥିବା ବେଳେ ଚଳିତବର୍ଷର ମୁଖ୍ୟ ଆକର୍ଷଣ ହୁଳହୁଳି, ଶଙ୍ଖ ବାଦ୍ୟ ଆଦି ପାରମ୍ପରିକ ବାଦ୍ୟର ପ୍ରତିଯୋଗିତା କେବଳ ମହିଳା ଓ ଝିଅଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ନେଇ ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories