www.samajalive.in
Wednesday, December 10, 2025
26.1 C
Bhubaneswar

ସୀତାବିଞ୍ଜିରେ ୪ ଦିନିଆ ରଜ ମହୋତ୍ସବ ଉଦଘାଟିତ

ପାଟଣା: ଉଭୟ ପୌରାଣିକ ଓ ଐତିହାସିକ ଗୁରୁତ୍ଵର ପ୍ରମାଣ ରଖିଥିବା ପ୍ରତ୍ନତାତ୍ବିକ ସ୍ଥଳ ଘଟଗାଁ ବ୍ଲକ ମନୋହରପୁର ପଞ୍ଚାୟତର ସୀତାବିଞ୍ଜିରେ ଆଜି ଠାରୁ ଜୁନ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ସୀତାବିଞ୍ଜି ରଜ ମହୋତ୍ସବ ଆରମ୍ଭ ହୋଇଛି। କେନ୍ଦୁଝର ସାଂସଦ ଅନନ୍ତ ନାୟକ ଆଜି ପୂର୍ବାହ୍ନରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରିବା ସହ ସୀତାବିଞ୍ଜିର ସର୍ବାଙ୍ଗୀନ ବିକାଶ ପାଇଁ ଅଧିକ ଗୁରୁତ୍ଵ ଦିଆଯିବ ବୋଲି ମତ ରଖିଛନ୍ତି। ଏହି ରଜ ମହୋତ୍ସବକୁ ରାଜ୍ୟ ଓ ରାଜ୍ୟ ବାହାରର ବିହାର ଓ ଝାଡଖଣ୍ଡ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନକୁ ଲକ୍ଷ୍ୟ ରଖି ଏଠାରେ ଘଟଗାଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଉଭୟ ସଡକ ପଥ ଓ ରେଳପଥରେ ଏଠାକୁ ପର୍ଯ୍ୟଟକ ମାନେ ମଧ୍ୟ ଆସୁଥିବାରୁ ଚଳିତ ରଜ ମହୋତ୍ସବରେ ପ୍ରବଳ ଭିଡ଼ ହେବା ଆଶା କରାଯାଉଛି। ଏଠାକାର ମା’ ସୀତାଙ୍କ ଏନ୍ତୁଡି ଶାଳ ଓ ଲବକୁଶ ପ୍ରତିମାଙ୍କ ନିକଟରେ ପୂଜା ପାଇଁ ସୂତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଠାକାର ବାଲ୍ମୀକି ଆଶ୍ରମ, ବିଶାଳ ଭଣ୍ଡାର ଘର, ଚତୃମୁଖୀ ବ୍ରହ୍ମା, ରାବଣ ଛାୟା ଓ ପ୍ରାଚୀନ ଶିଳାଲିପି ବୁଲି ଦେଖିବା ପାଇଁ କମିଟି ବ୍ୟବସ୍ଥା କରିଛି। ଆଜି ସକାଳୁ ପରମ୍ପରା ଅନୁଯାୟୀ ସୀତା ଠାକୁରାଣୀ ମନ୍ଦିର କମିଟିର ସରପଞ୍ଚ ଦୁଃଶାସନ ନାୟକ, ସମିତି ସଭ୍ୟ ଜନାର୍ଦ୍ଦନ ନାୟକ, ମଧୁସୂଦନ ନାୟକ, ମନୋଜ ନାୟକ, ରାଧାକାନ୍ତ ନାୟକ, ଭଗବାନ ବେହେରା, ଗୋକୁଳାନନ୍ଦ ନାୟକ ଓ ମୁକେଶ ନାୟକ ପ୍ରମୁଖ ଅନ୍ୟମାନେ ମହୋତ୍ସବ ପରିଚାଳନା କରୁଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories