www.samajalive.in
Wednesday, December 10, 2025
26.1 C
Bhubaneswar

କାଳବୈଶାଖୀରେ ଚିନାମାଳିପଶି ୫-ଟି ଉଚ୍ଚ ବିଦ୍ୟାଳୟ ଛାରଖାର

ପାଟଣା: କାଳବୈଶାଖୀ ଝଡ ଫଳରେ ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ସ୍ଥିତ ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟଟି ଛାର ଖାର ହୋଇଯାଇଛି। ଏହି ବିଦ୍ୟାଳୟଟି ୫-ଟିରେ ରୂପାନ୍ତରିକରଣ କରାଯାଇ ଗତ ୨୦୨୩ ଏପ୍ରିଲ ୨୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଭାଷୀ କାର୍ଯ୍ୟକ୍ରମ ମାଧ୍ୟମରେ ଉଦଘାଟିତ ହୋଇଥିଲା। ବିଦ୍ୟାଳୟଟି ନଷ୍ଟ ହୋଇଯିବା ଫଳରେ ଆସନ୍ତା ୧୮ ତାରିଖରେ ଖୋଲିବାକୁ ଥିବା ଏହି ବିଦ୍ୟାଳୟରେ ପିଲାଏ କିପରି ପାଠ ପଢିବେ ସେନେଇ ସନ୍ଦେହ ସୃଷ୍ଟି ହୋଇଛି।କାଳବୈଶାଖୀରେ ଦୁଇଟି ସ୍ମାର୍ଟ କ୍ଳାସ ସହ ଗୋଟିଏ ବିଜ୍ଞାନାଗାର ସମ୍ପୁର୍ଣ୍ଣ ନଷ୍ଟ ହୋଇଛି। ବିଦ୍ୟାଳୟର କାନ୍ଥ ଫାଟିବା ସହ ପିଲର ଗଳି ପଡ଼ିଛି।

ଏହି ବିଦ୍ୟାଳୟରେ ଏବେ ନବମ ଓ ଦଶମ ଶ୍ରେଣୀରେ ୯୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ବିଦ୍ୟାଳୟର ଟିଣ ଛପର ଉଡାଇ ନେବା ସହ ଲୁହା ଏଙ୍ଗେଲ ସବୁ ଉପୁଡି ଖସି ପଡିଛି। ଶ୍ରେଣୀ ଗୃହ ମଧ୍ୟରେ କରାଯାଇଥିବା ପ୍ଲାଷ୍ଟର ସିଲିଂ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ବିଦ୍ୟୁତ ପଙ୍ଖା, ବିଦ୍ୟୁତ ଓୟାରିଂ ନଷ୍ଟ ହୋଇଛି। ସ୍ମାର୍ଟ ବୋର୍ଡରେ ପାଣି ପଡିଯିବା ସହ ବିଜ୍ଞାନ ଉପକରଣ ମଧ୍ୟ ଭାଙ୍ଗି ରୁଜି ଯାଇଛି।

- Advertisement -

ବେଞ୍ଚ ଡେସ୍କ ମଧ୍ୟରୁ କେତେକ ଭାଙ୍ଗି ଯାଇଥିବାରୁ ଏହି ବିଦ୍ୟାଳୟଟି ଶ୍ରୀହୀନ ହୋଇପଡ଼ିଛି। ଖବର ପାଇ ଆଜି ସକାଳୁ ପାଟଣା ବିଡ଼ିଓ ଶିବ ଶଙ୍କର ମୁର୍ମୁ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧ ମାଝୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ବ୍ଲକ ଉପାଧ୍ୟକ୍ଷା ବୀଣାପାଣି ନାୟକ, ବିଦ୍ୟାଳୟ ପରିଚାଳନା ସଭାପତି ପ୍ରଦୀପ କୁମାର ନାୟକ, ସ୍ଥାନୀୟ ସରପଞ୍ଚ ଝୁମିତା ନାୟକ ପ୍ରମୁଖ ବିଦ୍ୟାଳୟକୁ ଯାଇ କ୍ଷୟକ୍ଷତିର ତଦାରଖ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories