ଚୌଦ୍ୱାର: ଡାଳିଯୋଡ଼ା ସାହିତ୍ୟ ସଂସଦ ଆନୁକୁଲ୍ୟରେ ମଙ୍ଗରାଜପୁର ପଞ୍ଚାୟତ ଆମ୍ବିଳିଝରୀସ୍ଥିତ ମାନସିକ ଅନଗ୍ରସର ମହିଳା ସେବା ଅନୁଷ୍ଠାନ ଜନନୀ ଆଶ୍ରମର ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ବଣ୍ଟନ କରାଯାଇଛି। ସଂସଦ ସଭାପତି କେ.ସି. ପ୍ରତାପ ସିଂହ, ସଂପାଦକ ଶ୍ରୀନିବାସ ବେହେରା, ଶୈଳେନ୍ଦ୍ର ମୁଖୀ, ଦିଲ୍ଲିପ ଛତାର, ସହଦେବ ବରାଳ, ବିଶ୍ୱକଳ୍ୟାଣ ଦାସ ପ୍ରମୁଖ ଅଶ୍ରମରେ ପହଞ୍ଚି ଅନ୍ତେବାସୀ ମାନଙ୍କୁ ରଜ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ନୂତନ ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଅନୁଷ୍ଠାନର ପରିଚାଳିକା ସଂଯୁକ୍ତା ଭାରତୀ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



