www.samajalive.in
Friday, December 12, 2025
27.1 C
Bhubaneswar

କାନକଟା ଘାଟିରେ ଦୁର୍ଘଟଣା, ୨ ମୃତ

ଦିଗପହଣ୍ଡି/ପାତ୍ରପୁର: କାନକଟା ଘାଟିରେ ଦୁର୍ଘଟଣା ଘଟିବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଜରଡ଼ା ଥାନା କାନକଟା ଘାଟିରେ ମିନି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗଜପତିରୁ ଖାରିଆଗୁଡ଼ା ଫେରିବାବେଳେ ମିନି ଟ୍ରକଟି ଓଲଟି ପଡ଼ିଥିଲା।

ଗଜପତି ଜିଲା  ରମଗିରୀ ଅଞ୍ଚଳରୁ ପିକାପ ଯୋଗେ ଆମ୍ବ ବୋଝେଇ କରି ପାତ୍ରପୁର ବ୍ଲକ ନିଳାଦ୍ରୀ ଚନ୍ଦ୍ରପୁର ଦେଉଥିବା ବେଳେ  କାନକଟା ଘାଟିରେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ଜଣ ହେଲେ ପାତ୍ରପୁର ବ୍ଳକ ଖାରିଆ ଗୁଡ଼ା ପଞ୍ଚାୟତର ଚାଳକ ସୁଶାନ୍ତ ସାହୁ ୩୫ବର୍ଷ (ଲିଟୁ ) ଏବଂ କୁରେଶୁ ବଡତ୍ୟା ୪୫ବୋଲି ଜଣା ପଡିଛି। ଆହାତ ଜଣକ ସେହି ଗ୍ରାମର ପ୍ରମୋଦ କୁମାର ସାହୁ  ଅଟନ୍ତି। ଗଜପତି ଜିଲା ରାମଗିରି ଅଞ୍ଚଳରୁ ଏକ ପିକ୍ଆପ ଗାଡ଼ିରେ ଆମ୍ବ ବୋଝେଇ କରି ଫେରୁଥିବା ବେଳେ କାନକଟା ଘାଟିରେ ଭାରସାମ୍ୟ ହୋଇ ଗାଡ଼ିଟି ଏକ ଗାତ ମଧ୍ୟକୁ ଖସି ପଡ଼ି ଥିଲା।

- Advertisement -

ଖବର ପାଇ ଆଖ ପାଖ ଅଞ୍ଚଳରୁ ଲୋକମାନେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନାକୁ ପଠାଇ ଥିଲେ। ଗ୍ରାମରେ ଏହି ଖବର ପହଞ୍ଚିବା ପରେ ଗ୍ରାମରୁ ବହୁ ବ୍ୟକ୍ତି ଘଟଣା ସ୍ଥଳକୁ ଯାଇଥିଲେ। ଖାରିଆ ଗୁଡ଼ା ଫାଣ୍ଡି ଅଧିକାରୀ ସୁରେଶ ମୁର୍ମୁ ପୁଲିସ ଟିମ ସହିତ ତୁରନ୍ତ ଜେସିପି ମେସିନ  ମେସିନ ନେଇ ଗାଡ଼ି ତଳେ ଚାପହୋଇ ରହିଥିବା ଦୁଇ ଜଣଙ୍କୁ ଉଦ୍ଧାରକରି ଥିବା ଜଣା ପଡିଛି  । ପୁଲିସ  ଦୁହିଁଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଯାହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆହାତଙ୍କୁ ବ୍ରହ୍ମପୁର ଚିକିତ୍ସା ପାଇଁ ପଠାଯାଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories