www.samajalive.in
Sunday, December 14, 2025
23.1 C
Bhubaneswar

କେ ଜି ଆବ୍ରାହମ କିଏ ? ଯାହାଙ୍କ କୋଠାରେ ଜୀବନ୍ତ ଦଗ୍ଧ ହୋଇଗଲେ ୪୨ ଭାରତୀୟ

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ କୁଏତର ମନଗଫ୍‌‌ ଅଞ୍ଚଳରେ ଥିବା ଏକ ୬ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୪୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ୪୨ ଭାରତୀୟ। ଏହି ଘଟଣାରେ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। କୋଠାରେ ୧୫୦ରୁ ଅଧିକ ଶ୍ରମିକ ଏବଂ କର୍ମଚାରୀ ରହୁଥିଲେ। ସମସ୍ତେ ଭାରତ, ପାକିସ୍ତାନ, ଫିଲିପିନ୍‌‌ସ ଏବଂ ନେପାଳର ବାସିନ୍ଦା ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏନବିଟିସି ଗ୍ରୁପ ଏହି କୋଠାକୁ ଲିଜ୍‌‌ରେ ନେଇଥିଲା। କେରଳର ଜଣାଶୁଣା ବ୍ୟବସାୟୀ କେ.ଜି. ଆବ୍ରାହମ ଏନବିଟିସି ଗ୍ରୁପରେ ଭାଗିଦାରୀ ରହିବା ସହିତ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରହିଛନ୍ତି।

ଏନବିଟିସି କୁଏତର ସବୁଠୁ ବଡ଼ ନିର୍ମାଣ ସଂସ୍ଥା। ମଧ୍ୟପ୍ରାଚ୍ୟ ସମେତ ଭାରତୀୟ ଉପମହାଦେଶରେ ସଂସ୍ଥାର ବ୍ୟବସାୟ ବ୍ୟାପ୍ତ ରହିଛି। ସଂସ୍ଥାର ଅଧ୍ୟକ୍ଷ ହେଉଛନ୍ତି ମହମ୍ମଦ ଏନ ଅଲବଦାହ। ତେବେ ୬୯ ବର୍ଷୀୟ ଆବ୍ରାହମଙ୍କ ସମ୍ପର୍କ କେରଳ ସହିତ ରହିଛି। ତାଙ୍କ ଘର କେରଳର ତିରୁଭଲ୍ଲା ଅଞ୍ଚଳରେ। ଦୀର୍ଘ ୩୦ ବର୍ଷ ହେବ ସେ କୁଏତରେ ରହିଆସୁଛନ୍ତି। ୨୦୧୮ ଏବଂ ୨୦୧୯ରେ କେରଳରେ ହୋଇଥିବା ବନ୍ୟା ସମୟରେ ସେ ପୀଡ଼ିତକୁ ସହାୟତା କରିଥିଲେ। ତାଙ୍କର କେଜିଏ ଗ୍ରୁପ ନାମରେ ବି ଏକ ନିଜସ୍ୱ ସଂସ୍ଥା ରହିଛି, ଯାହାର ଅଧ୍ୟକ୍ଷ ହେଉଛନ୍ତି ସେ ନିଜେ। କେଜିଏ ତୈଳ ଏବଂ ଏହା ସମ୍ବନ୍ଧୀୟ ଉତ୍ପାଦ ପ୍ରସ୍ତୁତ କରୁଥିବା ଶିଳ୍ପ ସହିତ ଜଡ଼ିତ।

- Advertisement -

ଏହାବ୍ୟତୀତ ଆବ୍ରାହମଙ୍କ ସଂସ୍ଥା କେଜିଏ ଇଞ୍ଜିନିୟରିଂ, ନିର୍ମାଣ, ମାର୍କେଟିଂ ଏବଂ ଶିକ୍ଷା କ୍ଷେତ୍ରରେ କାମ କରୁଛି। କୋଚିରେ ଥିବା ଏକ ୫ ପଞ୍ଚ ତାରକା ହୋଟେଲ କ୍ରାଉନ ପ୍ଲାଜାରେ ମଧ୍ୟ ତାଙ୍କର ମାଲିକାନା ରହିଛି। ବହୁତଗୁଡ଼ିଏ ପ୍ରୋଜେକ୍ଟରେ ସେ ନିବେଶ କରିଛନ୍ତି। ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆଡୁଜୀବୀଥମ’ ପାଇଁ ମଧ୍ୟ ସେ ପାଣ୍ଠି ଯୋଗାଣ କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories