ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ଫୁଲବାଣୀ ବ୍ଲକ ସମ୍ମିଳନୀ ଗୃହ ଠାରେ ପାଳିତ ହୋଇଯାଇଛି। ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ସଚେତନତା ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅନୁଶୀଳା ରୟ, ଜିଲ୍ଲା ଶ୍ରମ ଅଧିକାରୀ ତେଜ କୁମାର ବେଜ, ଜିଲ୍ଲା ପୋଲିସ ଅପରାଧ ଶାଖାର ଉପାଧ୍ୟକ୍ଷ ସୁବ୍ରତ ବେହେରା, ବରିଷ୍ଠ ସରକାରୀ ଓକିଲ ଅଶୋକ ବେହେରା, ବରିଷ୍ଠ ଆଇନଜୀବି ହରିଶ୍ଚନ୍ଦ୍ର ମହାରଣା, ଆଇନ ସେବା ଡିଫେନସ କାଉନସିଲ ଜୟନ୍ତୀ ପାଣିଗ୍ରାହୀ, ଶିଶୁ ମଙ୍ଗଳ କମିଟି ଫୁଲବାଣୀର ସଦସ୍ୟ ପ୍ରସନ୍ନ ବିଷୋୟୀ, ଜିଲ୍ଲା ଶିଶୁ ସୁରକ୍ଷା ଫୁଲବାଣୀ ଶାଖାର ପ୍ରୋବେସନ ଅଫିସର ଅଭିରାମ କହଁର ଉପସ୍ଥିତ ରହି ଫୁଲବାଣୀ ବ୍ଲକ ଅନ୍ତର୍ଗତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସଚେତନ କରାଇଥିଲେ। ବିଶ୍ଵର ଭବିଷ୍ୟତ ପାଇଁ ଶିଶୁର ବର୍ତ୍ତମାନକୁ ଶିକ୍ଷା, ସଂସ୍କାରରେ ସୁନିଶ୍ଚିତ ଏବଂ ସୁରକ୍ଷିତ କରିବା ହିଁ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନର ମହାନ ଲକ୍ଷ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ରୟ କହିଥିଲେ।
Popular Categories



