ଡେସ୍କ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଆଉ କିଛି ସମୟ ପରେ ଶପଥ ନେବେ ମନୋନୀତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏଥିପାଇଁ ଟର୍ମିନାଲ ୱାନକୁ ନୋ ମ୍ୟାନ ଲ୍ୟାଣ୍ଡ ଭାବେ ବ୍ୟାରିକେଡ଼ କରାଯାଇଛି। ସାଧାରଣ ଲୋକେ ଯେମିତି ହଇରାଣ ନହେବ ସେପାଇଁ ମଧ୍ୟ ଦୃଷ୍ଟି ଦିଆଯାଇଛି। ଅତିଥିଙ୍କର ଜେଡ୍ ପ୍ଲସ ସୁରକ୍ଷା ବ୍ୟବସ୍ଥା ଥିବାରୁ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି ଭୁବନେଶ୍ୱରରେ ପହଂଚି ସାରିଛନ୍ତି।
Popular Categories



