www.samajalive.in
Friday, December 5, 2025
27.1 C
Bhubaneswar

ମେଣ୍ଟାଲ୍ ହସ୍ପିଟାଲକୁ ବମ୍‌ରେ ଉଡାଇଦେବାକୁ ଧମକ

ନୂଆଦିଲ୍ଲୀ: ଚଣ୍ଡିଗଡର ଏକ ମେଣ୍ଟାଲ ହସ୍ପିଟାଲକୁ ବମ୍‌ରେ ଉଡାଇଦେବାକୁ ଧମକ ମିଳିଛି। ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ହସ୍ପିଟାଲ ଏବଂ ତାର ଆଖପାଖ ଅଞ୍ଚଳକୁ ଖାଲି କରାଯାଉଛି। ଚଣ୍ଡିଗଡର ସେକ୍ଟର ୩୨ରେ ଥିବା ଏହି ହସ୍ପିଟାଲକୁ ମେଲ୍ ଜରିଆରେ ଧମକ ମିଳିଛି। ଏବଂ ସେଥିରେ ଉଲ୍ଲେଖ ରହିଛି ଯେ , କିଛି ସମୟ ମଧ୍ୟରେ ଏହି ହସ୍ପିଟାଲକୁ ବମରେ ଉଡାଇ ଦିଆଯିବ। ସୁରକ୍ଷାକୁ ଆଖି ଆଗରେ ରଖି ସମ୍ପୂର୍ଣ୍ଣ ହସ୍ପିଟାଲକୁ ଖାଲି କରାଯାଇଛି। ହସ୍ପିଟାଲର ଆଖପାଖ ଅଞ୍ଚଳରେ ବହୁ ସ୍କୁଲ , କଲେଜ ଆଦି ରହିଛି। ଧମକ ମିଳିବା ପରେ ସବୁ ସ୍କୁଲ , କଲେଜ, ଦୋକାନ ବଜାର ଆଦିକୁ ବନ୍ଦ କରାଯାଉଛି। ଖବର ପାଇ ଚଣ୍ଡିଗଡ ପୋଲିସର ସିନିୟର ଅଧିକାରୀ, ଅପରେସନ୍ ସେଲ ଟିମ୍, ଉଦ୍ଧାରକାରୀ ଟିମ୍, କ୍ରାଇମବ୍ରାଞ୍ଚ ଟିମ୍ ଏବଂ ଯବାନ ଘଟଣାସ୍ଥଳରେ ପହଞ୍ଚି କଡାକଡି ଭାବେ ଯାଞ୍ଚ କରୁଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories