www.samajalive.in
Tuesday, December 9, 2025
16.1 C
Bhubaneswar

ଜିଦ୍‌ଖୋର ସୁନୀଲ ଗ୍ରୋଭର

ମୁମ୍ବଇ : ଟେଲିଭିଜନ ଜଗତର ଜଣେ ନାମୀ ହାସ୍ୟ କଳାକାର ଭାବେ ସୁନୀଲ ଗ୍ରୋଭର୍‌ଙ୍କ ଲୋକପ୍ରିୟତା ଅଛି। ତେବେ ଯାହା ଅନୁମାନ କରାଯାଉଛି, ତାଙ୍କ ଜିଦ୍‌ଖୋର ଗୁଣ କାରଣରୁ ସେ ହଇରାଣ ହେବେ। ହସର ରାଜା ଭାବେ ଜଣାଯାଉଥିବା କପିଲ ଶର୍ମା ଓ ସୁନୀଲ ଗ୍ରୋଭର୍‌ଙ୍କ ଯୋଡ଼ିକୁ ଦେଖିବାକୁ ଦର୍ଶକ ​‌ଆତୁର ହୋଇବସିଛନ୍ତି। ଏଇ ଝଗଡ଼ା କପିଲଙ୍କ ଅସଦ୍‌ ବ୍ୟବହାର କାରଣରୁ ହୋଇଥିଲା। ପରବର୍ତ୍ତୀ ସମୟରେ କପିଲ ବାରମ୍ବାର କ୍ଷମାପ୍ରାର୍ଥନା କରିଥିଲେ, କିନ୍ତୁ ସୁନୀଲ କିଛି ଶୁଣିନଥିଲେ। ଏକ ଲମ୍ବା ବ୍ୟବଧାନ ପରେ ଦୁହେଁ ନିଜନିଜ କ୍ୟାରିୟରକୁ ନେଇ ଆଗକୁ ବଢ଼ିବାକୁ ଚାହିଁଥିଲେ। କପିଲଙ୍କ ନୂଆ କାର୍ଯ୍ୟକ୍ରମର ପ୍ରଯୋଜନା ବଲିଉଡର ସୁଲତାନ୍ ସଲମାନ୍ ଖାନ୍ କରୁଛନ୍ତି। ଇତିମଧ୍ୟରେ କପିଲ ନିଜ ବାନ୍ଧବୀ ଗିନି ଚତରାଥ୍‌୍ଙ୍କୁ ବିବାହ ମଧ୍ୟ କରିଛନ୍ତି। ବିବାହ ଭୋଜି ପାଇଁ ସେ ବଲିଉଡର ନାମୀ କଳାକାରଙ୍କ ସହ ପୁରୁଣା ବନ୍ଧୁ ସୁନିଲ୍‌ଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ଗଣମାଧ୍ୟମ ସମ୍ମୁଖରେ ସୁନିଲ୍ କହିଥିଲେ, ପୁରୁଣା କଥାକୁ ସେ ଭୁଲିଯାଇଛନ୍ତି। କପିଲଙ୍କ ବିବାହରେ ସେ ନିଶ୍ଚୟ ଯୋଗଦେବେ। ଡିସେମ୍ବର ୨୪ରେ କପିଲଙ୍କ ବିବାହ ଭୋଜି ମୁମ୍ବଇର ପଞ୍ଚତାରକା ହୋଟେଲ ‘ଜେ.ଡବ୍ଲ୍ୟୁ ମ୍ୟାରିଅଟ୍’ରେ ଆୟୋଜିତ ହୋଇଥିଲା। ସଲମାନ୍‌ ଖାନ୍‌ଙ୍କ ପିତା ସଲିମ୍ ଖାନ୍, ସାନ ଭାଇ ସୋହେଲ୍ ଖାନ୍, ରଣବୀର ସିଂ, ଦୀପିକା ପାଦୁକୋନ୍, କରନ୍ ଜୋହର୍, କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ପରି କଳାକାରମାନେ ଯୋଗ ଦେଇଥିଲେ। ହେଲେ କପିଲଙ୍କ ଏଇ ପୂର୍ବତନ ଘନିଷ୍ଠ ବନ୍ଧୁ ସୁନୀଲ ବିବାହ ଭୋଜିକୁ ଆସିନଥିଲେ ବରଂ ଅଭିନେତ୍ରୀ କ୍ୟାଟ୍ରିନା କେଫ୍‌ଙ୍କ ‘ବଡ଼ଦିନ ଉତ୍ସବ’ରେ ଯୋଗ ଦେବାକୁ ଉଚିତ୍ ମଣିଥିଲେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories