www.samajalive.in
Sunday, December 7, 2025
14.1 C
Bhubaneswar

୧୪ ଦିନରେ ୫୦% ବଢିଲା ପିଆଜ ଦାମ୍, ଆହୁରି ବଢିପାରେ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ସମାପ୍ତ ହେବା ପରେ ନରେନ୍ଦ୍ର ମୋଦୀ ଲଗାତର ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ପିଆଜ ଦାମ୍ ଉପରେ ଲଗାମ ଲଗାଇବା ପାଇଁ ସରକାର ରପ୍ତାନୀ ଉପରେ ରୋକ ଲଗାଇଦେଇଥିଲେ । କିନ୍ତୁ  ଏବେ ୨ ସପ୍ତାହ ହେବ ପିଆଜ ଦାମ୍ ୩୦-୫୦ ପ୍ରତିଶତ ବଢିଛି । ଅନ୍ୟପଟେ ବ୍ୟାପାରୀମାନେ ପିଆଜ ମହଜୁଦ୍ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଜୁନ ପରେ ବଜାରକୁ ଆସୁଥିବା ପିଆଜ ଚାଷୀ ଓ ବ୍ୟାପାରୀଙ୍କ ପାଖରେ ପୂର୍ବରୁ ମହଜୁଦ ଥିବା ପିଆଜ ଆସେ । ଚଳିତ ବର୍ଷ ବର୍ଷା କମ୍ ହେବା ଯୋଗୁଁ ରବି ଫସଲ କମ୍ ହେବା ଅନୁମାନ କରାଯାଉଛି । ତେବେ ଆଗକୁ ପିଆଜ ଦାମ୍ ଆହୁରି ବଢିବ ବୋଲି କୁହାଯାଉଛି । ଫଳରେ ଚାଷୀ ଗଚ୍ଛିତ ରଖିଥିବା ପିଆଜକୁ ବିକିବାକୁ ସଙ୍କୋଚ କରୁଛନ୍ତି । ଅନ୍ୟପଟେ ସରକାର ରପ୍ତାନୀ ଉପରେ ୪୦ ପ୍ରତିଶତ କର ଲଗାଇ ଦେଇଛନ୍ତି । ଏହି କାରଣରୁ ବାହାର ଦେଶଗୁଡିକୁ ଅଳ୍ପ ପିଆଜ ପଠାଯାଉଛି । ୧୭ ଜୁନ୍ ତଥା ବକରିଦକୁ ନଜରରେ ରଖି ପିଆଜର ଚାହିଦା ବଢିବାକୁ ଲାଗୁଛି । ଚାଷୀ ଓ ବ୍ୟାପାରୀଙ୍କୁ ଲାଗୁଛି କି ସରକାର ଖୁବ୍ ଶୀଘ୍ର ରପ୍ତାନୀ ଶୁଳ୍କ ହଟାଇପାରନ୍ତି । ଏହି ଆଶାରେ ବ୍ୟାପାରୀ ପିଆଜକୁ ଗଚ୍ଛିତ କରୁଛନ୍ତି କାରଣ ରପ୍ତାନୀ ହଟିବା ପରେ ଶସ୍ତାରେ କିଣିଥିବା ପିଆଜକୁ ଅଧିକ ଦାମରେ ବିକି ପଇସା କମାଇପାରିବେ ।

ଛାତିଥରା ଭିଡିଓ ; ରୋଷେଇ ଘରେ ଥିଲେ ମହିଳା, ହଠାତ୍ ଫାଟିଲା ସିଲିଣ୍ଡର, ତା’ପରେ..

- Advertisement -

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories