www.samajalive.in
Saturday, December 13, 2025
26.1 C
Bhubaneswar

୨୪ ଘଣ୍ଟା, ୩୬୫ ଦିନ କାମ କରିବାକୁ କର୍ମୀ, ନେତାଙ୍କୁ ଆହ୍ୱାନ କଲେ ଖଡଗେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଶନିବାର ପ୍ରଥମ ଥର ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁସି) ବୈଠକ ବସିଛି। ବୈଠକରେ ନିର୍ବାଚନ ଫଳାଫଳର ସମୀକ୍ଷା କରାଯିବା ସହିତ ଭବିଷ୍ୟତ ରଣନୀତି ଉପରେ ବି ଚର୍ଚ୍ଚା ଆଲୋଚନା ହୋଇଛି। ପୂର୍ବାହ୍ନ ସାଢ଼େ ୧୧ଟାରେ ଆରମ୍ଭ ହୋଇଥିବା ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ। କ୍ଷମତାରେ ରୁହନ୍ତୁ କି ନ ରୁହନ୍ତୁ, ଆମକୁ ନିରନ୍ତର କାର୍ଯ୍ୟ ଜାରି ରଖିବା ଉଚିତ। ଦିନକୁ ୨୪ ଘଣ୍ଟା, ବର୍ଷକୁ ୩୬୫ ଦିନ ଆମକୁ କାମ କରିବାକୁ ହେବ ବୋଲି ଖଡଗେ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।

ଖଡଗେ କହିଥିଲେ, କଂଗ୍ରେସ କାର୍ଯ୍ୟକାରିଣୀ ଦେଶବ୍ୟାପୀ କଂଗ୍ରେସ ନେତା ଏବଂ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁ ଗତ କିଛିମାସ ଧରି ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ସେ ଆହୁରି କହିଥିଲେ ଯେ, ଜନତା ଆମ ଉପରେ ବିଶ୍ୱାସ ରଖି ଏକଚ୍ଛତ୍ରବାଦ ଶକ୍ତି ଏବଂ ସମ୍ବିଧାନ ବିରୋଧୀମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ଭାରତର ମତଦାତାମାନେ ବିଜେପିର ୧୦ ବର୍ଷର ବିଭାଜନକାରୀ ଏବଂ ଘୃଣ୍ୟ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

- Advertisement -

ବୈଠକରେ ଖଡଗେ ସୋନିଆ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହା ସହିତ ରାହୁଲ ଗାନ୍ଧୀଙ୍କୁ ଢେର ପ୍ରଶଂସା କରିଥିଲେ। ନିର୍ବାଚନରେ କଂଗ୍ରେସକୁ ଯେଉଁ ଫଳାଫଳ ମିଳିଛି ତାହା ରାହୁଲଙ୍କ ୪ ହଜାର କିଲୋମିଟରର ଭାରତ ଯୋଡୋ ଯାତ୍ରା ଏବଂ ୬ ହଜାର କିଲୋମିଟରର ଭାରତ ଯୋଡୋ ନ୍ୟାୟ ଯାତ୍ରାର ଫଳ ବୋଲି ଖଡଗେ କହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories