ସୁବର୍ଣ୍ଣ ସୁଯୋଗ: ଏହି କାରରେ ମିଳୁଛି ୫୦ ହଜାର ଟଙ୍କାର ରିହାତି
ନୂଆଦିଲ୍ଲୀ : ଯଦି ଆପଣ ଆଗାମୀ କିଛି ଦିନରେ କମ୍ ଦାମରେ କୌଣସି କାର୍ କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଦେଶରେ ସବୁଠାରୁ ଅଧିକ ବିକ୍ରି ହେଉଥିବା କାର ମଧ୍ୟରୁ ମାରୁତି ସୁଜୁକି ଅଲ୍ଟୋ କେ୧୦ରେ ଜୁନ୍ ମାସରେ କମ୍ପାନୀ ବଡ ଧରଣର ରିହାତି ଦେଉଛି । ଯଦି ଆପଣ ଏହି ସମୟରେ ଅଲ୍ଟୋ କେ୧୦ କିଣିବା ପାଇଁ ଚାହୁଁଛନ୍ତି ତେବେ ୫୫ ହଜାର ଟଙ୍କା ସଞ୍ଚୟ କରିପାରିବେ । ଅଲ୍ଟୋ ଦେଶର ଏକମାତ୍ର କାର୍ ଯାହା ଭାରତରେ ୫୦ ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି କରିସାରିଛି ।
ଏଥିରେ ୧.୦ ଲିଟରର ପେଟ୍ରୋଲ ଇଞ୍ଜିନ ଦିଆଯାଇଛି ଯାହା ୬୭ ବିଏଚପିର ସର୍ବାଧିକ ପାଓ୍ବର ଓ ୮୯ ଏନଏମର ପିକ୍ ଟର୍କ ଜେନେରେଟ୍ କରିବାରେ ସକ୍ଷମ । କାରର ଇଞ୍ଜିନକୁ ୫ ସ୍ପିଡ୍ ମାନୁଆଲ ଓ ୫ ସ୍ପିଡ୍ ଅଟୋମେଟିକ୍ ଗିୟରବକ୍ସ ସହ ଯୋଡାଯାଇଛି । ସେହିଭଳି ଗ୍ରାହକଙ୍କୁ କାରରେ ସିଏନଜିର ବିକଳ୍ପ ମଧ୍ୟ ମିଳିବ ଯାହା ୫୭ ବିଏଚପିର ସର୍ବାଧିକ ପାଓ୍ବର ଓ ୮୨ ଏନଏମର ପିକ୍ ଟର୍କ ଜେନେରେଟ୍ କରିବାରେ ସକ୍ଷମ । କାର୍ ମାନୁଆଲ ଭେରିଏଣ୍ଟରେ ୨୪.୩୯, ଅଟୋମେଟିକ୍ ଭେରିଏଣ୍ଟରେ ୨୪.୯୦ ଏବଂ ସିଏନଜି ଭେରିଏଣ୍ଟରେ ୩୩.୮୫ କିଲୋମିଟର ମାଇଲେଜ୍ ପ୍ରଦାନ କରୁଛି ।
Comments are closed.