www.samajalive.in
Thursday, December 11, 2025
13.1 C
Bhubaneswar

ସୁପର ଓଭରରେ ପାକିସ୍ତାନକୁ ହରାଇଲା ଆମେରିକା

ଡାଲାସ୍‌ : ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଗୁରୁବାର ସୁପର ଓଭରରେ ପାକିସ୍ତାନକୁ ୪ ରନ୍‌ରେ ପରାସ୍ତକରି ବଡ଼ ବିପର୍ଯ୍ୟ ଘଟାଇଛି ଆମେରିକା। ଉଭୟ ଦଳଙ୍କ ସ୍କୋର୍ ସମାନ ରହିବାର ସୁପର ଓଭର ହୋଇଥିଲା। ବାବର ଆଜମ୍‌ ଓ ସଦ୍ଦାବ ଖାଁଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ପାକିସ୍ତାନ ୭ ୱିକେଟ୍‌ରେ ୧୫୯ ରନ୍‌ କରିଥିଲା। ପରେ ମୋନାଙ୍କ ପଟେଲଙ୍କ ଅର୍ଦ୍ଧଶତକ ବଳରେ ଆମେରିକା ୩ ୱିକେଟ୍‌ରେ ୧୫୯ ରନ୍‌ କରିଥିଲା। ମ୍ୟାଚ୍‌ ଟାଇ ହେବାରୁ ସୁପର ଓଭର ହୋଇଥିଲା। ମହମ୍ମଦ ଆମିରଙ୍କ ଓଭରରୁ ଆମେରିକା ୭ ୱାଇଡ୍‌ ରନ୍‌ ପାଇ ୧୮ ରନ୍‌ କରିଥିଲା। ପରେ ସୌରଭ ନେତ୍ରାଭାଲକର ବୋଲିଂ କରିଥିବା ଓଭରରେ ପାକିସ୍ତାନ ୧ ୱିକେଟ୍‌ ହରାଇ ୧୩ ରନ୍‌ କରି ପାରିଥିଲା।

ଆମେରିକା ଦୃଢ଼ତାର ସହ ୧୬୦ ରନ୍‌ ଲକ୍ଷ୍ୟର ପିଛା କରିଥିଲା। ଓପ୍‌ନିଂ ଯୋଡ଼ି ୫ ଓଭରରେ ୩୬ ରନ୍‌ କରିବା ପରେ ଷ୍ଟିଭେନ୍ ଟେଲର ୧୨ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଅଧିନାୟକ ମୋନାଙ୍କ ପଟେଲ ଓ ଆଣ୍ଡ୍ରିଏସ୍ ଗୌସ୍‌ ୨ୟ ୱିକେଟ୍‌ ପାଇଁ ୪୮ ବଲ୍‌ରୁ ୬୮ ରନ୍‌ ଯୋଡ଼ିଥିଲେ। ଗୌସ୍ ଆକ୍ରମଣ କରି ୨୬ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୫ ରନ୍‌କରି ଆଉଟ୍‌ ହୋଇଥିଲେ। ମୋନାଙ୍କ ପଟେଲ ୩୮ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୫୦ ରନ୍‌ କରିଥିଲେ। ଶେଷ ୩ ବଲ୍‌ରୁ ୧୨ ରନ୍ ଓ ଶେଷ ବଲ୍‌ରୁ ୫ ରନ୍‌ ଆବଶ୍ୟକ ଥିବା ବେଳେ ଚୌକା ହୋଇଥିଲା। ଟସ୍ ଜିତି ଆମେରିକା ଫିଲ୍‌ଡିଂ ନେବା ପାକିସ୍ତାନ ମାତ୍ର ୨୬ ରନ୍‌ରେ ୩ଟି ୱିକେଟ୍‌ ହରାଇଥିଲା। ମହମ୍ମଦ ରିଜ୍‌ୱାନ ୯, ଉସ୍‌ମାନ ଖାଁ ୩ ଓ ଫଖର ଜମାନ୍ ୧୧ ରନ୍‌କରି ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ଅଧିନାୟକ ବାବର ଆଜମ୍‌ ଓ ସଦ୍ଦାବ ଖାଁ ୭୨ ରନ୍‌ ଯୋଡ଼ିଥିଲେ। ସଦ୍ଦାବ ଆକ୍ରମଣ କରି ୨୫ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୪୦ ରନ୍‌ କରିଥିଲେ। ଆଜମ୍ ୪୩ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୪ ରନ୍‌ କରିଥିଲେ। ଆଜମ୍‌ ଖାଁ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ଇଫ୍‌ତିକାର ଅହମ୍ମଦ ୩ଟି ଚୌକା ସହ ୧୮ ରନ୍‌ କରିଥିଲେ। ସାହିନ୍ ଶାହା ଆଫ୍ରିଦି ୧୬ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୩ ରନ୍‌କରି ଅପରାଜିତ ଥିଲେ। ନୋସ୍ଥୁସା କେଞ୍ଜିଗେ ୩ଟି ଓ ସୌରଭ ନେତ୍ରାଭାଲକର ୨ଟି ୱିକେଟ୍‌ ନେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories