ଏହି ତେଲ କମ୍ପାନୀ ସହ ହାତ ମିଳାଇଲା ସନ୍ ମୋବିଲିଟି, ଇଭି ଚାର୍ଜ ହେବ ସହଜ

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ଗାଡି ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ପ୍ରୋତ୍ସାହନ ଦେବା ପାଇଁ ସନ୍ ମୋବିଲିଟି ଇଣ୍ଡିଆନ୍ ଅଏଲ ସହିତ ଚୁକ୍ତି କରିଛି । ଇଭିର ଏନର୍ଜି ଇନଫ୍ରା ଏବଂ ସେବା ପ୍ରଦାନ କରୁଥିବା କମ୍ପାନୀ ସନ୍ ମୋବିଲିଟି ସରକାରୀ ତେଲ କମ୍ପାନୀ ସହିତ ହାତ ମିଶାଇଛି । କମ୍ପାନୀର କହିବାନୁସାରେ ୨୦୩୦ସୁଦ୍ଧା ଦେଶର ଦେଶର ବଡ ଭାଗରେ ଅଧିକରୁ ଅଧିକ ବ୍ୟାଟେରୀ ସ୍ବାପିଂ ଢାଞ୍ଚା ପ୍ରସ୍ତୁତ କରିବାକୁ ନେଇ ଏହି ଚୁକ୍ତି କରାଯାଇଛି ।

କମ୍ପାନୀ କହିଛି କି ଆଗାମୀ ୩  ବର୍ଷରେ ୪୦ରୁ ଅଧିକ ସହରରେ ୧୦ ହଜାରରୁ ଅଧିକ ବ୍ୟାଟେରୀ ସ୍ବାପିଂ ଷ୍ଟେସନ ପ୍ରସ୍ତୁତ କରାଯିବ । ଏହା ପରେ ଇଲେକ୍ଟ୍ରିକ୍ ଯାନ ଚାର୍ଜ ହେବାରେ କୌଣସି ସମସ୍ୟା ହେବନି । ଗ୍ରାହକଙ୍କୁ ବ୍ୟାଟେରୀର ପଇସା ମଧ୍ୟ ଦେବାକୁ ପଡିବନି । କହିରଖୁଛୁ ଏହି କମ୍ପାନୀ ୨୫ ହଜାରରୁ ଅଧିକ ଇଭିକୁ ଚାର୍ଜ କରିଥାଏ । ଏହା ୨୦ରୁ ଅଧିକ ସହରରେ ସେବା ଯୋଗାଇ ଦେଉଛି । କମ୍ପାନୀ ପାଖରେ ୬୩୦ରୁ ଅଧିକ ଷ୍ଟେସନ ରହିଛି ଏବଂ ୫୦ ହଜାରରୁ ଅଧିକ ସ୍ମାର୍ଟ ବ୍ୟାଟେରୀ ରହିଛି ଯାହା ପ୍ରତି ମାସରେ ୧୦ ଲକ୍ଷ ଥର ସ୍ବାପ୍ ହେଉଛି ।

Comments are closed.