www.samajalive.in
Wednesday, December 10, 2025
16.1 C
Bhubaneswar

ଜି.ଉଦୟଗିରିରେ କଂଗ୍ରେସର ବାଜିମାତ, ଜିତିଲେ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ

ଜି.ଉଦୟଗିରି : ଚଳିତ ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲାର ଜି.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ବାଜିମାତ ହୋଇଥିବା ଜଣାପଡିଛି।  ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ବିଜୟୀ ହୋଇଛନ୍ତି।  ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ୨୦ଟି ଟେବୁଲରେ ୨୨ ରାଉଣ୍ଡ ଭୋଟ ଗଣତି ହୋଇଥିଲା।
ଏକଦା କଂଗ୍ରେସର ଗଡ କୁହାଯାଉଥିବା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନଙ୍କୁ ପଛରେ ପକାଇ ୯୦୨୯ଭୋଟ ବ୍ୟବଧାନରେ ବିଜୟୀ ହୋଇ ଗଡରକ୍ଷା କରିବାରେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ସମର୍ଥ ହୋଇଛନ୍ତି। ବିଜୟୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ୫୨, ୮୧୪ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମାନଗୋବିନ୍ଦ ପ୍ରଧାନ ୪୩, ୭୮୫ପାଇଛନ୍ତି। ସେହିପରି  ପୂର୍ବତନ ଉପବାଚସ୍ପତି ତଥା ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ୪୦, ୭୪୦ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ବିଧାୟକ ନିଜ ପ୍ରତିକ୍ରିୟା ରେ ଜନସାଧାରଣ ମୋ ଉପରେ ଆସ୍ଥା ପ୍ରକଟ କରି ଥିବାରୁ ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ଜିଲ୍ଲା ସଭାପତି ଚନ୍ଦ୍ର ପରିଡ଼ା ନିଜ ପ୍ରତିକ୍ରିୟାରେ ଧନବଳ ବାହୁବଳ ଶାସକ ଦଳର କାମକରିନାହି ବୋଲି ପ୍ରକାଶ କରିଛନ୍ତି।
ଟିକାବାଲି ବ୍ଲକ ଅନ୍ତର୍ଗତ ପାଡାଙ୍ଗି ଗ୍ରାମର ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ପୂର୍ବରୁ ବ୍ଲକ ଚେୟାରମ୍ୟାନ ଭାବେ ପୂର୍ବରୁ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories