www.samajalive.in
Sunday, December 7, 2025
15.1 C
Bhubaneswar

ଆର୍ଥିକ ସ୍ଥିତି ସୁଦୃଢ ହେବ, ବ୍ୟବସାୟ ଆଗକୁ ବଢାଇବେ: ସୋମବାର ରାଶିଫଳ

ମେଷ: କ୍ରୋଧୀ ହୋଇପାରନ୍ତି। ପରସେବକ ହେବେ। କୃପଣ ଓ ଲୋଭୀ ହେବେ। ବିଦେଶ ଯାତ୍ରୀ ହୋଇପାରନ୍ତି। ଲୋକ ପୂଜ୍ୟ ହେବେ। ନିଷ୍ଠୁର ହେବେ। କର୍ମ ଚଞ୍ଚଳ ରହିବେ ଓ ଧନଶାଳୀ ହେବେ।
ବୃଷ: ଦେବ କାର୍ଯ୍ୟ ସମ୍ପାଦିତ କରିପାରିବେ। ବିଚିତ୍ର ବସନ ପରିଧାନରେ ଆଗ୍ରହୀ ହେବେ। କୃତ୍ରିମ କର୍ମରେ ତତ୍ପରତା ପ୍ରକାଶ ପାଇବ। ଧାତୁବାଦରେ ଧନ ବ୍ୟୟ କରିବେ। ପତ୍ନୀ ସହାୟିତା ହେବେ।
ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ଲାଭବାନ୍‌ ହେବେ। ପତ୍ନୀ ପ୍ରୀତି ପ୍ରତିମା ହେବେ। ବସ୍ତ୍ର ପ୍ରାପ୍ତିର ସୂଚନା ମିଳୁଛି। ପୁଷ୍ପା ଭରଣ ହୋଇପାରନ୍ତି। ଖାଦ୍ୟ, ପେୟରେ ପ୍ରସିଦ୍ଧି ଲାଭ କରିବେ।
କର୍କଟ: ବୃକ୍ଷ ରୋପଣରୁ ଧନ ଅର୍ଜନ କରିବେ। ଲୋକଙ୍କ ଦ୍ବାରା ପରିବେଶ ସୁରକ୍ଷା କରିପାରିବେ। ଜଳ ସଙ୍କଟ ପାଇଁ କୂପ ଖନନରେ ମନ ଦେବେ। ଘାଟ ନିଲାମରୁ ଧନ ଅର୍ଜନ କରିବେ।
ସିଂହ: ସର୍ବଧର୍ମ ସମନ୍ବୟ ରକ୍ଷା କରିବେ। ସ୍ବଧର୍ମରୁ ବିଚ୍ୟୁତ ହେବେନାହିଁ। ତୀର୍ଥ ସେବାକାରୀ ଭାବେ ବିଖ୍ୟାତ ଖ୍ୟାତି ଅର୍ଜନ କରିବେ। ବିଜୟୀ ସ୍ବଭାବର ହେବେ। ଅଜାତ ଶତ୍ରୁ ହେଇପାରନ୍ତି।
କନ୍ୟା : ଅନ୍ୟାୟର ଘୋର ବିରୋଧୀ ହେବେ। ଦରକାର ପଡ଼ିଲେ ନ୍ୟାୟରୁ ମୁକ୍ତି ପାଇଁ ରକ୍ତାକ୍ତ ସଂଗ୍ରାମ କରି ନିଜେ ଆହତ ହେବା ସହିତ ଧର୍ମର ରକ୍ଷା କରିବେ। ସତର୍କତାର ସହ ବୁଝିବିଚାରି କାର୍ଯ୍ୟ କରିବେ।
ତୁଳା: ପତ୍ନୀ ଗୁଣବତୀ ହେବେ। ବିବିଧ ଗୁଣ ଯୁକ୍ତା ହେଇପାରନ୍ତି। ପଦାର୍ଥ ପ୍ରିୟା ହେବେ। ଧର୍ମଯୁକ୍ତା ହୋଇପାରନ୍ତି। ବହୁ ପୁତ୍ରା ହେବାର ସୂଚନା ମିଳୁଛି। ବିନୀତା ସ୍ବଭାବ ଯୁକ୍ତା ହେବେ।
ବିଛା: କାହାରି ଆଶ୍ରିତ ନହୋଇ ନିଜ ବୁଦ୍ଧି ବଳରେ ଭବିଷ୍ୟତ ନିର୍ମାଣ କରିବେ। ବ୍ୟବସାୟାଦି ବିଭିନ୍ନ କର୍ମକରି ଶୀଳଧନ ପ୍ରାପ୍ତ ହେବେ। ଲୋକ ସମ୍ପର୍କ ବୃଦ୍ଧି ହେବ। ଯୁବ ସମାଜକୁ ଦିଗ୍‌ଦର୍ଶନ ଦେବେ।
ଧନୁ: ଗୁଣବାନ୍‌ ଓ ସଚରିତ୍ର ପୁତ୍ର ଯୁକ୍ତ ହେବେ। ଶକ୍ତିମାନ, କୌଶଳୀ ଓ ଶତ୍ରୁ ଦମନକାରୀ ହେଇପାରନ୍ତି। ଶତ୍ରୁ ହନ୍ତା ହେବା ଆଶା କରାଯାଏ। ସେବାପ୍ରିୟ ହେବେ। ମାନ, ସମ୍ମାନ ଯୁକ୍ତ ହେବେ।
ମକର: ଜଳାଶୟ ନିର୍ମାଣାଦି ଧର୍ମ କାର୍ଯ୍ୟ କରିବା ସହିତ ଧନପ୍ରାପ୍ତ ହେବାର ସୂଚନା ମିଳୁଛି। ଜଣେ ଉତ୍ତମ ସଂଗଠକ ଓ ନଷ୍ଠାପର କର୍ମୀ ହେବେ। ଜିଦ୍‌ଖୋର ମନୋବୃତ୍ତିର ହେବେ। ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରନ୍ତି।
କୁମ୍ଭ:ଯେତେ ଅପରାଧ କରିଥିଲେ ବି, ନିଜ ଗୁଣରେ ଜଣେ କ୍ଷମାବାନ୍‌ ବ୍ୟକ୍ତିବିଶେଷ ଭାବେ କ୍ଷମା କରିବେ। କୃତଜ୍ଞ ହେବେ। ସତ୍ୟ ଯୁକ୍ତ ହେବେ। ପଣ୍ଡିତମାନଙ୍କ ସହିତ ମିତ୍ରତା କରିବେ।
ମୀନ: ବହୁ ଉପାୟରେ ଧନ ଅର୍ଜନ କରିପାରନ୍ତି। ଏପରିକି ଉପବାସାଦି କ୍ରିୟାରୁ ଧନ ସଞ୍ଚୟ କରିବେ। ଧର୍ମ, କ୍ରିୟାରେ ବିଦ୍ୟା ପ୍ରଭାବରେ ବ୍ୟବସାୟରେ ମାତାପିତାଙ୍କ କଲ୍ୟାଣରୁ ଧନପ୍ରାପ୍ତି ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories