www.samajalive.in
Saturday, December 6, 2025
26.1 C
Bhubaneswar

ତିହାର ଜେଲ୍‌ ଫେରିଲେ କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ : ଅନ୍ତରୀଣ ଜାମିନ ମିଆଦ ଶେଷ ହେବାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ରବିବାର ଅପରାହ୍ଣରେ ତିହାର ଜେଲରେ ଆତ୍ମସମର୍ପଣ କରିଛନ୍ତି। ଏହାପରେ ତାଙ୍କୁ ଜୁନ ୫ ପର୍ଯ୍ୟନ୍ତ ହାଜତରେ ରହିବାକୁ ନିର୍ଦେଶ ଦିଆଯାଇଛି। ରବିବାର ମାଆଙ୍କ ଆଶୀର୍ବାଦ ନେବାପରେ କେଜରିୱାଲ ପ୍ରଥମେ ରାଜଘାଟ ପରିଦର୍ଶନ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେ ହନୁମାନ ମନ୍ଦିର ଏବଂ ଆପ୍‌ ମୁଖ୍ୟାଳୟକୁ ଯାଇଥିଲେ। ଦଳୀୟ କାର୍ଯ୍ୟାଳୟରେ କର୍ମୀଙ୍କୁ ଉଦ୍‌ବୋଧନ ଦେଇ କେଜ୍ରିଓ୍ବାଲ୍ କହିଛନ୍ତି ଯେ ବିଗତ ୨୧ ଦିନ ମଧ୍ୟରେ ଗୋଟିଏ ମିନିଟ ସମୟ ସେ ନଷ୍ଟ କରିନାହାନ୍ତି। ଏହି ସମୟରେ ସେ ଆପ୍‌ ସମେତ ଇଣ୍ଡିଆ ମେଣ୍ଟର ଅନ୍ୟ ଦଳ ପାଇଁ ମଧ୍ୟ ପ୍ରଚାର କରିଛନ୍ତି। ଲୋକସଭା ନିର୍ବାଚନ ପ୍ରଚାର ନିମନ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ମେ’ ୧୦ରେକେଜ୍ରିଓ୍ବାଲଙ୍କୁ ଜୁନ ୧ ପର୍ଯ୍ୟନ୍ତ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା। ତଦନୁଯାୟୀ ଜାମିନରେ ଥିବାବେଳେ ସେ ମୁଖ୍ୟମନ୍ତ୍ରୀଭାବେ କୌଣସି କାର୍ଯ୍ୟ ସମ୍ପାଦନ କରିପାରିବେ ନାହିଁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସଚିବାଳୟ ଯାଇପାରିବେନି ବୋଲି ସ୍ପଷ୍ଟ ନିର୍ଦେଶ ଦିଆଯାଇଥିଲା।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories