www.samajalive.in
Saturday, December 6, 2025
26.1 C
Bhubaneswar

ବରିଷ୍ଠ ସାମ୍ବାଦିକ ରାଧେଶ୍ୟାମ ବର୍ମାଙ୍କୁ ନାରଦ ସମ୍ମାନ ପ୍ରଦାନ

ସମ୍ବଲପୁର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାର ବିଭାଗ ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡ଼ିଶା (ପଶ୍ଚିମ) ସମ୍ବଲପୁର ମହାନଗର ର ତତ୍ୱାବଧାନରେ ଦେବର୍ଷି ନାରଦ ଜୟନ୍ତୀ ପାଳନ ଓ ନାରଦ ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି। ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଐତିହାସିକ ତଥା ମହାନଗର ସଂଘ ଚାଳକ ଦୀପକ କୁମାର ପଣ୍ଡାଙ୍କ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ସମାଜ ଖବରକାଗଜର ଅବସରପ୍ରାପ୍ତ ମୁଖ୍ୟ ସହ ସମ୍ପାଦକ କିଶୋର ସାହୁ ମୁଖ୍ୟ ଅତିଥି ଏବଂ ଆରଏଏସଏସର ଓଡ଼ିଶା ପ୍ରଚାର ପ୍ରମୁଖ ସୃଷ୍ଟିଧର ବିଶ୍ୱାଳ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲାର ସମସ୍ତ ମୁଦ୍ରଣ, ବୈଦ୍ୟୁତିକ, ସ୍ତମ୍ଭ ଲେଖକ ତଥା ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଶ୍ରୀ ସାହୁ ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦ ଜୟନ୍ତୀର ବିଶେଷତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ବିଶ୍ୱାଳ ସାମ୍ବାଦିକତା ଓ ଦେବର୍ଷି ନାରଦଙ୍କ ସାମାଜିକ ଜୀବନରେ ଖବରର ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ରୂପେ ସମାଜକୁ ସତ୍ୟତା ସହିତ ପରିଚିତ କରିବା ଏବଂ ସାଂପ୍ରତିକ ପରିସ୍ଥିତିରେ ଏକ ସମରସ, ଜାଗରୁକ ସମାଜ ତିଆରେ ସାମ୍ବାଦିକତାର ଭୂମିକା ବିଷୟରେ ମତ ରଖିଥିଲେ। ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଶ୍ରୀ ରାଧେଶ୍ୟାମ ବର୍ମାଙ୍କୁ ଦେବର୍ଷି ନାରଦ ସମ୍ମାନ ସମିତି ତରଫରୁ ଦେବର୍ଷି ନାରଦ ସମ୍ମାନ – ୨୦୨୪ ପ୍ରଦାନ କରାଯାଇଛି। ସୁଜୟ ସାଥୁଆ, ଜ୍ୟୋତି ରଞ୍ଜନ ପ୍ରଧାନ, ଆକାଶ ପାଢ଼ୀ, ସୁବୋଧ ସାହୁ, ସଂଗ୍ରାମ ଶତପଥୀ, ଅବନୀ ସାମଲ ଓ ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା କରିଥିଲେ। ମହାନଗର ପ୍ରଚାର ପ୍ରମୁଖ ଜ୍ଞାନ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସହ ପ୍ରଚାର ଅରବିନ୍ଦ ନାୟକ ପ୍ରମୁଖ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories