www.samajalive.in
Saturday, December 13, 2025
26.1 C
Bhubaneswar

ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେଉଥିଲେ ସାବଧାନ ! ଏଣିକି ଗାଡ଼ି ସହ ଫୋନ ଜବତ କରିବ ପୁଲିସ

ଭୁବନେଶ୍ୱର: ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନରେ କଥା ହେଉଛନ୍ତି କି ? ଯଦି ହଁ, ତେବେ ହୋଇଯାଆନ୍ତୁ ସାବଧାନ ! ଏଣିକି ଏହା ଉପରେ କଡ଼ା ନଜର ରଖିବ ପୁଲିସ। ଗାଡ଼ି ଚାଳନା ବେଳେ ମୋବାଇଲରେ କଥା ହେଉଥିବା ଧରାପଡ଼ିଲେ ଗାଡ଼ି ସହ ମୋବାଇଲ ଫୋନକୁ ବି ଜବତ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା।

ଗାଡ଼ି ଚାଳନା ସମୟରେ ମୋବାଇଲରେ କଥା ହେବା ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହା ଉପରେ ରୋକ ଲଗାଇବା ଦିଗରେ ପୁଲିସର ଏହି ପଦକ୍ଷେପ ସହାୟକ ହେବ ବୋଲି କୁହାଯାଉଛି। ସେହିପରି ଯାନବାହନ ଯାଞ୍ଚ ବେଳେ ଅମାନିଆ ଗାଡ଼ି ଚାଳକ ଦ୍ରୁତଗତିରେ ପୁଲିସ ଉପରକୁ ଗାଡ଼ି ଚଢ଼ାଇ ଖସିଯିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ଏପରି ଘଟଣାରେ କମିଶନରେ ପୁଲିସ ଏବେ ୩୦୭ ଦଫା (ହତ୍ୟା ଉଦ୍ୟମ)ରେ ମାମଲା ରୁଜୁ କରିବ। ଏହା ସହିତ ଏହି ଗାଡ଼ି ଚାଳକଙ୍କୁ ଅଟକାଇବା ଲାଗି ରାସ୍ତାରେ ସ୍ପାଇକ୍‌‌ ବିଛାଯିବାକୁ ଯୋଜନା କରାଯାଉଥିବା କମିଶନର ପଣ୍ଡା କହିଛନ୍ତି। ସ୍ପାଇକ୍‌‌ ଦ୍ୱାରା ଦ୍ରୁତଗତିରେ ଖସି ପଳାଇବାକୁ ଉଦ୍ୟମ କରୁଥିବା ଗାଡ଼ି ଚକ ପଙ୍କଚର ହୋଇଯିବ ଏବଂ ସେମାନଙ୍କୁ ଧରିବା ସହଜ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories