www.samajalive.in
Sunday, December 7, 2025
16.1 C
Bhubaneswar

ବାଣ ବିସ୍ଫୋରଣ ଘଟଣା: ଆଉ ଦୁଇ ମୃତ, ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ : ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି। ଶନିବାର ମୃତ୍ୟୁ ସଂଖ୍ୟା ୯ ଥିବାବେଳେ  ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ୍ ୧୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏ ନେଇ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଇଛନ୍ତି ଏସଆରସି। ମୃତକଙ୍କ ମଧ୍ୟରେ ଖଣ୍ଡିଆବନ୍ଧ ସାହିର ଗୋଟିଏ ପରିବାରର ୪ଜଣ ରହିଛନ୍ତି। ଶନିବାର ସକାଳେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଖଣ୍ଡିଆବନ୍ଧ ସାହିର ୬ ବର୍ଷୀୟା ଝିଅ ପ୍ରତୀକ୍ଷା ସାହୁଙ୍କର ମୃତ୍ୟୁ ଘଟିଛି। ତାପୂର୍ବ ଦିନ ତାଙ୍କ ବାପା ହେମନ୍ତ ସାହୁ ଆଖି ବୁଜିଥିଲେ। ସେହିପରି ତାପୂର୍ବରୁ ସେହି ପରିବାରର ଆଉ ଏକ କୁନି ଝିଅ ସମୃଦ୍ଧିଙ୍କ ବାପା ପ୍ରଶାନ୍ତ ସାହୁ ମଧ୍ୟ ଆଖି ବୁଜିଥିଲେ। ଏଥିସହ ବ୍ରହ୍ମଗିରି ଅରଖକୁଦାର ଶଙ୍କର ବେହେରାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି। ଏବେ ବି ବିଭିନ୍ନ ହସ୍ପିଟାଲରେ ୨୦ରୁ ଅଧିକ ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ୯୦ରୁ ୯୫ ପ୍ରତିଶତ ପୋହିଯାଇଥିବାରୁ ସେମାନେ ବି ଅତି ଗୁରୁତର ରହିଛନ୍ତି। ସେମାନଙ୍କୁ ଚିହ୍ନି ହେଉନଥିବାରୁ ପରିଚୟ ଜାଣିବାକୁ ଡିଏନଏ ସାମ୍ପୁଲ୍ ଟେଷ୍ଟ ପାଇଁ ପଠାଯାଇଛି। ଗତ ୨୯ ତାରିଖରେ ନରେନ୍ଦ୍ର ପୁଷ୍ପରିଣୀରେ ଚନ୍ଦନ ଯାତ୍ରା ବେଳେ ଘଟିଥିଲା ଏହି ଭୟଙ୍କର ବାଣ ବିସ୍ଫୋରଣ। ସେପଟେ ଆସନ୍ତା ୫ ତାରିଖରେ ସ୍ବତନ୍ତ୍ର ରିଲିଫ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପୁରୀ ଆସି ଘଟଣାର ତଦନ୍ତ କରିବେ। ଜୁନ୍ ୫ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ଯାଏ ଏହି ତଦନ୍ତ ଚାଲିବ ବୋଲି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ଏହି ସମୟରେ ଜିଲ୍ଲାପାଳ, ଶ୍ରୀ ମନ୍ଦିର ପ୍ରଶାସନ, ପୁରୀ ଏସପି, ଆସିଷ୍ଟାଣ୍ଡ ଫାୟାର ଅଫିସର, ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀ ଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ଅନ୍ୟପଟେ ଜିଲ୍ଲାପାଳ ଏହି ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories