www.samajalive.in
Saturday, December 13, 2025
21.1 C
Bhubaneswar

୪୬ ପ୍ରତିଶତ ଯୁବପିଢ଼ି ଛାଡ଼ିଲେଣି ତମାଖୁ !

ତମାଖୁ ସେବନ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏହା ଫୁସଫୁସ କର୍କଟଠାରୁ ଆରମ୍ଭ କରି ହୃଦରୋଗ ପର୍ଯ୍ୟନ୍ତ ଅନେକ ଗମ୍ଭୀର ଏବଂ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାର ପ୍ରମୁଖ କାରଣ। ନିୟମିତ ଧୂମପାନ କରୁଥିବା ଲୋକଙ୍କଠାରେ ଅନେକ ପ୍ରକାର ରୋଗ ଦେଖାଦେଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ସେମାନଙ୍କ ମତରେ ସୁସ୍ଥ ରହିବାକୁ ହେଲେ ଧୂମପାନ ତ୍ୟାଗ କରିବା ନିତାନ୍ତ ଜରୁରୀ।

ତମାଖୁ ଉତ୍ପାଦ ଏବଂ ଧୂମପାନ ଯୋଗୁ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ତମାଖୁ ଛାଡ଼ିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ ୩୧ ତାରିଖରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ସମସ୍ତେ ଏହି କୁଅଭ୍ୟାସରୁ ନିଜକୁ ଦୂରେଇ ରଖିବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି। ୨୦୨୪ ପାଇଁ ବିଷୟବସ୍ତୁ ରହିଛି ‘ତମାଖୁ ଶିଳ୍ପ ହସ୍ତକ୍ଷେପରୁ ଶିଶୁଙ୍କୁ ସୁରକ୍ଷା ଦେବା’।

- Advertisement -

ତମାଖୁ ସେବନ ସମ୍ପର୍କରେ ବଲ୍ଲଭଭାଇ ପଟେଲ ଚେଷ୍ଟ ଇନ୍‌‌ଷ୍ଟିଚ୍ୟୁଟ୍‌‌(ବିପିସିଆଇ) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ, ଭାରତରେ ୧୮ରୁ ୨୪ ବର୍ଷ ବୟସର ପାଖାପାଖି ୪୬.୯୬ ପ୍ରତିଶତ ଯୁବପିଢ଼ି ତମାଖୁ ସେବନ ଛାଡ଼ି ସାରିଛନ୍ତି। ନ୍ୟାଶନାଲ ଟବାକୋ କୁଇଟ୍‌‌ଲାଇନ ସର୍ଭିସେସ(ଏନଟିକ୍ୟୁଏଲଏସ) ଦ୍ୱାରା ପ୍ରାପ୍ତ ହୋଇଥିବା କଲ୍‌‌ ତଥ୍ୟ ସର୍ବେକ୍ଷଣ ଅନୁସାରେ ଏହି ନିଷ୍କର୍ସ ମିଳିଛି। ୨୦୧୬ ମେ ଏବଂ ୨୦୨୪ ଏପ୍ରିଲ ମଧ୍ୟରେ ସଂସ୍ଥା ପ୍ରାୟ ୪ ଲକ୍ଷ ୭୭ ହଜାର ୫୮୫ ପଞ୍ଜୀକୃତ ମୋବାଇଲ୍‌‌ ନମ୍ବରକୁ ଫୋନ କରି କିଛି ତଥ୍ୟ ହାସଲ କରିଥିଲା। ଯେଉଁଥିରେ ୧ ଲକ୍ଷ ୪୪ ହଜାର ଯୁବପିଢ଼ି ତମାଖୁଠାରୁ ଦୂରେଇ ଯାଇଥିବା କହିଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବପିଢ଼ି ଥିଲେ ଦ୍ୱାଦଶ ଶ୍ରେଣୀ ଛାତ୍ର।

ଏହି ତଥ୍ୟ ଅନୁସାରେ, ତମାଖୁ ଛାଡ଼ିଥିବା ଯୁବପିଢ଼ିଙ୍କ ମଧ୍ୟରେ ସର୍ବାଧିକ ଥିଲେ ଉତ୍ତରପ୍ରଦେଶର। ଏହି ରାଜ୍ୟରେ ଦେଢ଼ ଲକ୍ଷ ଯୁବପିଢ଼ିଙ୍କୁ କଲ୍‌‌ କରାଯାଇଥିଲାବେଳେ ସେମାନଙ୍କ ମଧ୍ୟରୁ ୨୯.୬୮ ପ୍ରତିଶ ଧୂମପାତ ଛାଡ଼ି ଦେଇଥିବା କହିଥିଲେ। ବିପିସିଆଇ ନିର୍ଦ୍ଦେଶକ ଡା. ରାଜ କୁମାର କହିଛନ୍ତି, ଦେଶବ୍ୟାପୀ ତମାଖୁ ସେବନ କରୁଥିବା ବ୍ୟକ୍ତିମାନେ ଯଦି ତମାଖୁ ଛାଡ଼ିବାକୁ ଚାହୁଁଥାନ୍ତି, ତେବେ ସେମାନଙ୍କୁ ଏନଟିକ୍ୟୁଏଲଏସ ବିନା ଶୁଳ୍କରେ ଗୋପନୀୟ ପରାମର୍ଶ ଏବଂ ମାର୍ଗଦର୍ଶନ ଦେଇଥାଏ। ଯାହାଫଳରେ ସେମାନେ ନିଜ ସ୍ୱାସ୍ଥ୍ୟକୁ ଠିକ୍‌‌ ରଖିବାରେ ସହାୟତା ପାଇପାରିବେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories