www.samajalive.in
Sunday, December 7, 2025
16.1 C
Bhubaneswar

୧୫୦ ଫୁଟ୍ ଗଭୀର ଖାଇକୁ ବସ୍ ଖସି ୨୨ ମୃତ

ଶ୍ରୀନଗର : ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ୧୫୦ ଫୁଟ୍ ଗଭୀର ଖାଇକୁ ଖସିବା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାୟ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୬୯ ଜଣ ଆହତ ହୋଇଛନ୍ତି। ବସରେ ୯୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ବିଷୟରେ ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ମଧ୍ୟ ରହିଛନ୍ତି। ଅଖନୁରରୁ ସମସ୍ତ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଯାଉଥିଲେ। ବସଟି ଖାଇରେ ଖସିବା ମାତ୍ରେ ଖୁବ୍ ଜୋରରେ ଚିତ୍କାର ଶୁଣା ଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ପୁଲିସ ଓ ଉଦ୍ଧାରକାରୀ ଦଳଙ୍କୁ ଖବର ଦେବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ବସଟି ୟୁପିର ହାଥରସରୁ ଜମ୍ମୁ କଶ୍ମୀରର ଶିବ ଖୋଡି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ଏଠି ଚାକିରିରେ ଦରମା ମିଳିବ ୧.୨୫ କୋଟି ଟଙ୍କା ; ତଥାପି ମିଳୁ ନାହାଁନ୍ତି କର୍ମଚାରୀ, ଜାଣନ୍ତୁ କାରଣ..

- Advertisement -

ଏହି ଦୁର୍ଘଟଣାରେ ଉପ ରାଜ୍ୟପାଳ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଓ ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ବସଟି ରାସ୍ତାରେ ଯାଉଥିବା ସମୟରେ ବିପରୀତ ଦିଗରେ ଦ୍ରୁତ ଗତିରେ ଏକ କାର୍ ଆସୁଥିଲା। ସେହି ସମୟରେ ବୁଲାଣିରେ ବସ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ବସଟି ଗଭୀର ଖାଇକୁ ଖସିପଡିଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories