www.samajalive.in
Friday, December 5, 2025
26.1 C
Bhubaneswar

ନିମାପଡ଼ାରେ ନବୀନଙ୍କ ରୋଡ୍‌ ଶୋ’

ନିମାପଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମାପଡ଼ାରେ ବୁଧବାର ରୋଡ୍‌ ଶୋ’ କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିମାପଡ଼ା ବାରବାଟୀ ପଡ଼ିଆରେ ଓହ୍ଲାଇବା ପରେ ସେଠାରୁ କାର୍‌ରେ ଗୋଲେଇ ଛକ ଯାଇଥିଲେ। ସେଠାରୁ ଅତ୍ୟାଧୁନିକ ବସ୍‌ରେ ବସି ମୁଖ୍ୟମନ୍ତ୍ରୀ ପ୍ରଥମେ ‘ଜୟ ଜଗନ୍ନାଥ’ କହି ଶୋ’ ଆରମ୍ଭ କରିଥିଲେ। ରୋଡ୍‌ ଶୋ’ ଗୋଲେଇ ଛକରୁ ବାହାରି ଦୋଳବେଦୀ ଛକ, ଜୟଶ୍ରୀ ଛକଦେଇ ଦେଢ଼ କି.ମି. ପର୍ଯ୍ୟନ୍ତ ଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଝଲକ ଟିକେ ପାଇବାକୁ ଦୀର୍ଘସମୟ ଧରି ଅପେକ୍ଷା କରିଥିଲେ। ବିଜେଡି ସରକାର ଆସିଲେ ଜୁଲାଇରୁ ବିଦ୍ୟୁତ୍‌ ବିଲ୍‌ ଛାଡ଼, ମିଶନ ଶକ୍ତି ମା’ଙ୍କୁ ୬୦ ବର୍ଷ ପରେ ପେନ୍‌ସନ ଦିଆଯିବ ବୋଲି ଏହି ଅବସରରେ କହିଥିଲେ। ନିମାପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଦିଲୀପ ନାୟକ ଏବଂ ଜଗତସିଂହପୁର ସାଂସଦ ପ୍ରାର୍ଥିନୀ ଡ. ରାଜଶ୍ରୀ ମଲ୍ଲିକଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ସେ ନିବେଦନ କରିଥିଲେ। ଆୟୋଜିତ ରୋଡ୍‌ ଶୋ’ ରେ ଜଗତସିଂହପୁର ସାଂସଦ ପ୍ରାର୍ଥିନୀ ଶ୍ରୀମତୀ ମଲ୍ଲିକ, ନିମାପଡ଼ା ବିଧାୟକ ପ୍ରାର୍ଥୀ ଶ୍ରୀ ନାୟକ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓ, ବିଜେଡି ନେତା ସୁବ୍ରତ ଛାଟୋଇ, ଚନ୍ଦନ ପାତ୍ର ପ୍ରମୁଖ ସାମିଲ ଥିଲେ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories