www.samajalive.in
Friday, December 5, 2025
23.1 C
Bhubaneswar

ଆଜି ଆସୁଛନ୍ତି ରାହୁଲ ଗାନ୍ଧୀ: ସନ୍ଧ୍ୟା ୫ଟାରେ ସରିବ ଅନ୍ତିମ ପର୍ଯ୍ୟାୟ ପ୍ରଚାର

ଭୁବନେଶ୍ବର : ସାଧାରଣ ନିର୍ବାଚନ-୨୦୨୪ ପାଇଁ ଜୋରଦାର ପ୍ରଚାର ଚାଲିଛି। ଆଜି (ଗୁରୁବାର) ଅନ୍ତିମ ପର୍ଯ୍ୟାୟ ନିମନ୍ତେ ପ୍ରଚାର ଶେଷ ହେଉଥିବାବେଳେ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ବାଲେଶ୍ବର ଜିଲା ସିମୁଳିଆ ସାନମଇତପୁରଠାରେ ରାହୁଲ ଜନସାଧାରଣଙ୍କୁ ସମ୍ବୋଧିତ କରିବା ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ରାହୁଲ ନୂଆଦିଲ୍ଲୀରୁ ବିମାନରେ ଆସି ଭୁବନଶ୍ବେର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ହେଲିକପ୍ଟର ଦ୍ବାରା ସିଧା ବାଲେଶ୍ବର ଜିଲା ସିମୁଳିଆସ୍ଥିତ ସାନମଇତପୁରଠାରେ ପହଞ୍ଚିବେ। ପୂର୍ବାହ୍ଣ ୧୧.୧୫ମିନିଟରୁ ୧୨.୩୦ମିନିଟ୍ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ରାହୁଲ। ପରବର୍ତ୍ତୀ ସମୟରେ ସେ ହେଲିକପ୍ଟର ଦ୍ବାରା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଆସି ସ୍ବତନ୍ତ୍ର ବିମାନ ଦ୍ବାରା ଚଣ୍ଡିଗଡ ଯିବା କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଶେଷ ପର୍ଯ୍ୟାୟ ମତଦାନ ଜୁନ ୧ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଆଜି ସନ୍ଧ୍ୟା ୫ଟାରେ ପ୍ରଚାର ସରିବ। ଏହି ପର୍ଯ୍ୟାୟରେ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ଯାଜପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories