ୱାଶିଂଟନ : ଆମେରିକାର ଫ୍ଲୋରିଡା ସହରରେ ଅଧ୍ୟୟନରତ ଜଣେ ଭାରତୀୟ ଛାତ୍ରୀଙ୍କର ଚଳିତମାସ ୨୬ରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତେଲଙ୍ଗାନା ନିବାସୀ ଜି.ସୌମ୍ୟା ନାମ୍ନୀ ଏହି ଛାତ୍ରୀଜଣକ ଫ୍ଲୋରିଡା ଆଟଲାଣ୍ଟିକ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ୨୬ ତାରିଖ ରାତିରେ ସଡକ ଅତିକ୍ରମ କରୁଥିବାବେଳେ ଏକ ଦ୍ରୁତଗାମୀ କାର୍ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସୌମ୍ୟାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଅକାଳ ବିୟୋଗରେ ଆମେରିକାରେ ଥିବା ଭାରତୀୟ ଛାତ୍ର ସମାଜ ଗଭୀର ଶୋକପ୍ରକାଶ କରିବା ସହ ତାଙ୍କର ଶେଷକୃତ୍ୟ ଏବଂ ସୌମ୍ୟାଙ୍କ ପାଠପଢା ବାବଦ ଋଣ ପରିଶୋଧ ପାଇଁ ପାଣ୍ଠି ଯୋଗାଡ କରୁଥିବା ଜଣାପଡିଛି।
Popular Categories



