ପୋର୍ଟ ମୋରେସ୍ବି : ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ପାପୁଆ ନିଉ ଗିନିରେ ଘଟିଥିବା ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୭୦୦ ଛୁଇଁଛି। ଏବେ ମଧ୍ୟ ୧୫୦ରୁ ଅଧିକ ବାସଗୃହ ମାଟିରେ ପୋତି ହୋଇରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ପ୍ରତିକୂଳ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଇତିମଧ୍ୟରେ ଦୁଇ ଦିନ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ଭୂସ୍ଖଳନ ଘଟୁଥିବାରୁ ସ୍ଥିତି ଅଧିକ ଦୟନୀୟ ହୋଇପଡିଥିବା ଜାତିସଂଘ ଦେଶାଟନ ସଂସ୍ଥା କର୍ମକର୍ତ୍ତା ସେରହାନ୍ ଆକ୍ତୋପ୍ରାକ୍ କହିଛନ୍ତି। ପାହାଡରୁ ନିୟମିତ ଅତଡା ଖସିବା ସହ ଝରଣାରୁ ପାଣି ନିର୍ଗତ ହେଉଥିବାରୁ ଉଦ୍ଧାରକାରୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି। ମାଟି ଖୋଳିବାକୁ ଅତ୍ୟାଧୁନିକ ଯନ୍ତ୍ରପାତି ଅଭାବ ଯୋଗୁଁ ଉଦ୍ଧାରକାରୀ ଦଳ କୋଦାଳ, କୁରାଢିରେ ମାଟି ତଳୁ ମୃତଦେହ ଖୋଜି ବାହାର କରୁଛନ୍ତି। ଭୂସ୍ଖଳନରେ ୪ ହଜାରରୁ ଅଧିକ ଲୋକ ବାସ କରୁଥିବା ଏନ୍ଗା ଗ୍ରାମ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇପଡିଛି। ଏକ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଗ୍ରାମବାସୀ ନିକଟସ୍ଥ ସୁନା ଖଣିରୁ ବେଆଇନ ଭାବେ ଖନନ କାର୍ଯ୍ୟ କରୁଥିଲେ।
Popular Categories



