www.samajalive.in
Saturday, December 13, 2025
21.1 C
Bhubaneswar

ଗୁରୁଡିଝାଟିଆ ଅଞ୍ଚଳରେ ୭୦ ବୁଥ, ୧୮ ଉତ୍ତେଜନା ପ୍ରବଣ

ଗୁରୁଡିଝାଟିଆ : ଗଣତନ୍ତ୍ରର ମହାପର୍ବ ନିର୍ବାଚନ ରାତି ପାହିଲେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁଡିଝାଟିଆ ଓ ଖୁଣ୍ଟୁଣୀ ଥାନା ଅଞ୍ଚଳରେ ୭୦ଟି ଭୋଟ ଗ୍ରହଣ କେନ୍ଦ୍ର ହୋଇଛି। ସମସ୍ତ ଭୋଟଗ୍ରହଣ କେନ୍ଦ୍ରକୁ ପୋଲିଂ ଦଳ ପହଞ୍ଚି ସାରିଲେଣି। ଗୁରୁଡିଝାଟିଆର ୩୩ଟି ଖୁଣ୍ଟୁଣୀ ଥାନା ଅଞ୍ଚଳରେ ୩୭ଟି ଭୋଟ ଗ୍ରହଣ କେନ୍ଦ୍ର ରହିଛି। ସେଥିରୁ ଖୁଣ୍ଟୁଣୀରେ ୧୧ଟି ଉତ୍ତେଜନା ପ୍ରବଣ ରହିଥିବା ବେଳେ ଗୁରୁଡିଝାଟିଆରେ ୭ଟି ଉତ୍ତେଜନାପ୍ରବଣ ଭୋଟ କେନ୍ଦ୍ର ରହିଅଛି। ଉତ୍ତେଜନା ପ୍ରବଣ ଭୋଟ ଗ୍ରହଣ କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହୀନି ମୁତୟନ ହୋଇଛନ୍ତି।

ଅବାଧ,ନିରପେକ୍ଷ ଓ ଭୟଶୂନ୍ୟ ନିର୍ବାଚନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆଠଗଡ ନିର୍ବାଚନ ମଣ୍ଡଳୀର ଡାଳଭାଗ ଉଚ୍ଚବିଦ୍ୟାଳୟ, ମାଧବପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ନୂଆଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୁରୁଡିଝାଟିଆ କବିଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ, ଓସ୍ତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କୁମାରପୁର ନୋଡାଲ ଉଚ୍ଚ ବିଦ୍ୟାଳୟକୁ ମଡେଲ ବୁଥ ଭାବେ ଗ୍ରହଣ କରାଯାଇଛି। ସେହିଭଳି କଖଡି ପଞ୍ଚାୟତର କଖଡି ନୋଡାଲ ଉଚ୍ଚ ବିଦ୍ୟାଳୟରେ ୨ଟି ,ମହାପଡା ପ୍ରାଥମିକ ବିଦ୍ୟାଳୟରେ ୧ଟି , ବିଦ୍ୟାଧରପୁର ଓ କାପ୍ତାବରାଇ ରେ ୧ଟି ଲେଖାଏଁ ଭୋଟ ଗ୍ରହଣ କେନ୍ଦ୍ର ହୋଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories