www.samajalive.in
Monday, December 8, 2025
24.1 C
Bhubaneswar

ଆମ ସରକାର କଥାରେ ନୁହେଁ, କାମରେ ବିଶ୍ବାସ କରେ: ପାଣ୍ଡିଆନ

ନିମାପଡା: ବିଜେଡି ସରକାର କଥାରେ ନୁହେଁ, କାମରେ ବିଶ୍ବାସ କରେ, ବିରୋଧୀ ଯେତେ ଅପପ୍ରଚାର କଲେ ମଧ୍ୟ କେବେ ସଫଳ ହେବେନି ବୋଲି ଗୁରୁବାର ନିମାପଡା ବାରବାଟୀ ପଡିଆରେ ଆୟୋଜିତ ନିର୍ବାଚନ ସଭାରେ ଯୋଗଦେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି । ନିମାପଡା ଉପରେ ନବୀନ ବାବୁ ସ୍ବତନ୍ତ୍ର ନଜର ରଖିଛନ୍ତି ବୋଲି ପାଣ୍ଡିଆନ ସୂଚନା ଦେବା ସହିତ ସ୍ଥାନୀୟ ବିଷ୍ଣୁପୁର କରଞ୍ଜିସାହିରେ ଥିବା ସୋମନାଥ ମନ୍ଦିରର ଉନ୍ନତିକରଣ ଲାଗି ୫ କୋଟି ଟଙ୍କା, ଅମରେଶ୍ବର ମନ୍ଦିରର ଉନ୍ନତିକରଣ ପାଇଁ ଦେଢ କୋଟି ଟଙ୍କା ଏବଂ ବିଭିନ୍ନ ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୋଷ୍ଠୀକେନ୍ଦ୍ର ଉନ୍ନତିକରଣ ପାଇଁ ନବୀନ ସରକାର ଟଙ୍କା ଦେଇଛନ୍ତି । ଜୁନ ୯ରେ ଷଷ୍ଠ ଥର ପାଇଁ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଶପଥ ନେବେ । ମୁଖ୍ୟମନ୍ତ୍ରୀ ହେବା ପରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କୁ ବିଜୁଳି ଛାଡ ନେଇ ସେ ପ୍ରଥମେ ଦସ୍ତଖତ କରିବା ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁମାନେ କାର୍ଡ ପାଇନାହାଁନ୍ତି ସେମାନଙ୍କ କାର୍ଡ ପାଇଁ ଦ୍ବିତୀୟ ଏବଂ ମିଶନ ଶକ୍ତି ମା’ ମାନଙ୍କୁ ୬୦ ବର୍ଷ ପରେ ଭତ୍ତାପାଇବା ନେଇ ତୃତୀୟ ଦସ୍ତଖତ ନବୀନ ବାବୁ କରିବେ ।

ଚାଷୀ, ଭାଇ ଭଉଣୀ, ଯୁବପିଢିଙ୍କ ସମେତ ସବୁ ବର୍ଗର ଲୋକଙ୍କ ବିଶ୍ବାସର ସରକାର ହେଉଛି ବିଜେଡି ସରକାର । ବିଜେଡି ସରକାରଙ୍କ ସଫଳତା ଏବଂ ନବୀନଙ୍କ ଲୋକପ୍ରିୟତାକୁ ଦେଖି ବିରୋଧୀ ଦଳର ନେତାଙ୍କ ମୁଣ୍ଡ ଆଉ କାମ କରୁନି ବୋଲି ପାଣ୍ଡିଆନ କହିଥିଲେ । ନିମାପଡାର ବିଜେଡି ବିଧାୟକ ପ୍ରାର୍ଥୀ ଦିଲୀପ ନାୟକ ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀନୀ ଡ. ରାଜଶ୍ରୀ ମଲ୍ଲିକଙ୍କୁ ଯୋଡି ଶଙ୍ଖରେ ଆଶୀର୍ବାଦ କରି ୫୦ ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ବିଜୟୀ କରାଇବାକୁ ଉପସ୍ଥିତ ଲୋକଙ୍କୁ ପାଣ୍ଡିାନ ନିବେଦନ କରିଥିଲେ । ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ନାୟକ ଓ ସାସଂଦ ପ୍ରାର୍ଥିନୀ ଡ. ମଲ୍ଲିକ ଭୋଟ ଭିକ୍ଷା କରିଥିଲେ ।

ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କଠୁ ସଂସ୍କାର ଶିଖନ୍ତୁ: ପାଣ୍ଡିଆନ

- Advertisement -

ଏଥିରେ ବିଡେଡି ନେତା ସୁବ୍ରତ ଛାଟୋଇ, ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ, ଜିଲା ପରିଷଦ ସଭ୍ୟ କୁଞ୍ଜଲତା ସାମଲ, ରବିନ୍ଦ୍ର ମଲ୍ଲିକ, ସସ୍ମିତା ନାୟକ, କାଉନସିଲର ଧନୁର୍ଦ୍ଧର ଦାସ, ଅରୁଣ ପ୍ରସାଦ ଦାଶ, ଯୁବନେତା ରଘୁନାଥ ଗିରିଙ୍କ ସମେତ ଦଳର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories