www.samajalive.in
Thursday, December 11, 2025
13.1 C
Bhubaneswar

ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ – ମୁଖ୍ୟ ନିର୍ବାଚନ ଅଧିକାରୀ

ଡେସ୍କ: ମେ’ ୨୫ରେ ହେବାକୁ ଥିବା ନିର୍ବାଚନ ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ସେ କହିଛନ୍ତି, ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିଲାଗି ୧୨୧ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ ନିୟୋଜିତ ହେବେ। ଷ୍ଟ୍ରଙ୍ଗ୍‌ରୁମ୍ ବ୍ୟତୀତ ଏହି ଫୋର୍ସ ମାନଙ୍କୁ ୨ ହଜାର ପୋଲିଂ ଷ୍ଟେସନ୍ ସ୍ଥଳରେ ନିୟୋଜିତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

୨୫ରେ ରାଜ୍ୟରେ ଭୋଟ ଦେବେ ୯୪ ଲକ୍ଷ ୪୮ ହଜାର ୫୫୩ ଜଣ ମତଦାତା, ପ୍ରସ୍ତୁତି ଚୂଡାନ୍ତ

- Advertisement -

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ ମେ’ ୨୫ରେ ଗ୍ରୀଷ୍ମପ୍ରବାହର ଆଶଙ୍କା ନ ଥିବାରୁ ଅଧିକ ସଂଖ୍ୟାରେ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବା ନେଇ ଆଶା କରାଯାଉଛି। ତଥାପି ପ୍ରତି ପୋଲିଂ ଷ୍ଟେସନ୍‌ରେ ଜଣେ ଜଣେ ଆଶାକର୍ମୀ ରହିବେ। ଅଂଶୁଘାତର ଜରୁରୀ ଚିକିତ୍ସା ପାଇଁ ସେଠାରେ ଆଶୁ ଚିକିତ୍ସା ବ୍ୟବସ୍ଥା, ଓଆର୍‌ଏସ୍ ଆଦି ରହିବ। ଏହା ଛଡା ପ୍ରତି ସେକ୍ଟର ଅଫିସରଙ୍କ ସହ ଜଣେ ପାରା-ମେଡିକାଲ ଷ୍ଟାଫ୍ ଜରୁରୀ ଔଷଧପତ୍ର ସହିତ ରହିବେ। ନିୟମିତ ବ୍ୟବଧାନରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଗାଡି ଜରୁରୀ ସ୍ଵାସ୍ଥ୍ୟସେବା ପାଇଁ ପ୍ରତ୍ୟେକ ବୁଥକୁ ଯିବ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ – ରଣାଙ୍ଗନରେ ଲୋକସଭା ପାଇଁ ୬୪ ଓ ବିଧାନସଭା ପାଇଁ ୩୮୩ ପ୍ରାର୍ଥୀ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories