www.samajalive.in
Thursday, December 11, 2025
16.1 C
Bhubaneswar

‘ସମାଜ’ର ପୂର୍ବତନ ମୁଖ୍ୟ ପରିଚାଳକ, ଅବସରପ୍ରାପ୍ତ ସେନାଧିକାରୀ ହେମନ୍ତ କୁମାର ସାହୁଙ୍କ ସଜଳ ସ୍ମୃତିରେ….

ହେମନ୍ତ ବାବୁ ଆଜ୍ଞା,
ଆମ ପ୍ରଣାମ ନେବାକୁ ବା ଆମକୁ ପ୍ରଣାମ କରିବାକୁ ଆପଣ ଆଉ ନାହାନ୍ତି। ୨୦୧୮ ପୂରା କରିବାକୁ ବି ଦେଲେନି। ଆକାଶବାହିନୀ ଲୋକ, ଆପଣ ଢେର ଦୃଢ଼। ଆଗରେ ଗୁଳିଗୋଳା, କମାଣ ଦେଖି ବି ଧସେଇ ପଶନ୍ତି। କର୍ତ୍ତବ୍ୟ ଆହ୍ୱାନରେ, ଡର ନାହିଁ କି ପଛଘୁଞ୍ଚା ନାହିଁ। ଏମିତି ମାନସିକତାର ଲୋକଟେ ଆମ ତେଲ, ଲୁଣ ସଂସାରିଆଙ୍କ ସାଲିସ୍‍ ଇଚ୍ଛା ବା ଆଶାକୁ କିଅାଁ ଅନିଷା କରନ୍ତା ଯେ। ଭାରତୀୟ ବିମାନବାହିନୀ କର୍ମକର୍ତ୍ତାର ଚେହେରା ଆପଣଙ୍କର। ଡେଙ୍ଗା ଚଉଡ଼ାକୁ ନିଶଟା ଆପଣଙ୍କୁ ଢେର ମାନେ। ରାଗିଲେ ଆଖିଗୁଡ଼ା ଜଳେ ଯେମିତି, ହସିଲେ ସେଠି ତାରାଫୁଟେ ସେମିତି। ଏତେ କଅଁଳ ହୃଦୟଟାକୁ ଦୃଢ଼ତାର ଆବରଣରେ ରଖିଥିଲେ କେମିତି! ହଁ, ଟାଣ ନଡ଼ିଆ ତଳେ କଅଁଳ ଶସ ତ ଥାଏ ନା? ମୁଁ କାହିଁକି, ଯେଉଁମାନେ ଆପଣଙ୍କ ସହ କାମ କରିଛନ୍ତି, ସେମାନେ ଆପଣଙ୍କ ପାଖେ ଋଣୀ ରହିବାକୁ ବାଧ୍ୟ ହୋଇଥା’ନ୍ତି। ସତରେ ସ୍ନେହ ଶ୍ରଦ୍ଧାରେ, ଭଲ ପାଇବା ପଣିଆରେ ଆପଣ ସଭିଙ୍କୁ କିଣି ନିଅନ୍ତି। ‘ସମାଜ’ର ଏକ ଦୁର୍ଦିନରେ, ଏକ ଘୋର ବିବଦମାନ ପରିସ୍ଥିତିରେ ଆପଣ ‘ସମାଜ’ର ମୁଖ୍ୟ ପରିଚାଳକ ଥିଲାବେଳେ ତାକୁ କେମିତି ମୁକାବିଲା କଲେ, ତା’ର ଗହନ ଓ ଗୋପନ କଥାକୁ କିଏ ଏବେ ଫେଣେଇବ, ଲୋକଙ୍କୁ ଜଣେଇବ? କୋଣାର୍କର ମୁଣ୍ଡିମାରି ଧରମା ମହାସାଗରରେ ମିଶିଗଲା। କିଏ ଧରମା ସ୍ମୃତି ଏବେ ପଖାଳୁଛି? ତା’ ଜୟନ୍ତୀ, କି ପ୍ରୟାଣ ଦିନ ପାଳୁଛି? ସେମିତି ତମ ବାହୁଡ଼ାଟା ହୋଇଗଲା। ତମ ପ୍ରିୟ କର୍ମସ୍ଥଳୀ, ‘ସମାଜ’ଠୁ ଦି’ ପାହୁଣ୍ଡ ଦୂରରେ ତମେ ହଠାତ୍‍ ବାହୁଡ଼ା ନେବ କିଏ ଜାଣିଥିଲା, ଏ ଅଭିଯୋଗ, ଅଭିମାନର ଟେର ନ ଥିବା ତମ ଦୃଢ଼ ଓ ହସ ହସ ମୁହଁର ଝଲକ ସତ୍ତ୍ବେ। ଏବେ ଆମେ ବୁଝିପାରୁଥିଲୁ ତମେ ଅଭିମାନ କରିଥିଲ, ଅଭିମାନରେ ବି ବାହୁଡ଼ି ଗଲ। ‘ସମାଜ’ ତମ ପାଇଁ ଠିକ୍‍ କଲାନି ବୋଲି ଆମକୁ ଆଜି ଲାଗିଲେ ବି ତମେ ଜମା ଏମିତି ଭାବଟେ କେବେ ବି ଦେଇନଥିଲ। ସେଇ ତ ହେମନ୍ତ ବାବୁ, କୋଟିକେ ଗୋଟିଏ।
ପ୍ରତି ମଣିଷର ପ୍ରାର୍ଥନା ନା, “ଅନାୟାସେନ ମରଣଂ, ବିନାଦୈନ୍ୟେନ ଜୀବନଂ”, “ହେ ପ୍ରଭୁ!, ମତେ ଅନାୟାସ ମୃତ୍ୟୁ ଓ ଦୈନ୍ୟହୀନ ଜୀବନ ଦିଅ।” ତମ ଜୀବନର ଏ ଦୁର୍ଲଭ ପ୍ରାର୍ଥନା ପୂର୍ଣ୍ଣ ହୋଇଗଲା। “ଇଦ୍ଭଶରକ୍ଷଗ୍ଦ ୟସର ଚ୍ଚକ୍ଟଙ୍କଦ୍ଭଶ”। ସବୁ ପ୍ରିୟ ଜନଙ୍କୁ, ତମ ‘ସମାଜ’କୁ ଋଣୀ କରିଦେଇ, ତମେ ଗୋଟେ ରାଜକୀୟ ବାହୁଡ଼ା ନେଲ। ମାତ୍ର ଆମକୁ ସବୁ ଅସହାୟ ବେସାହାରା ଭିକାରି କରିଦେଇ କୋଉ ଆନନ୍ଦ ପାଇଲ?
ଚିର ଶାନ୍ତିରେ ଆଜି ପରଲୋକକୁ ତମେ ଚାଲିଗଲ ସିନା, ଆମକୁ ନିଶ୍ଚୟ ଝୁରି ହେବ, ଅଭିମାନ ମୋଟେ କରିବନି, ଏ ଭାବ ବି ମନକୁ ଆସୁଛି।
ତମ ମୋକ୍ଷ ଓ ମୁକ୍ତି ପ୍ରାର୍ଥନା ଅତିରିକ୍ତତା ହେବ। ତମ କର୍ମ, ତ୍ୟାଗ ଓ ଭାବ ତ ମୁକ୍ତି ଓ ମୋକ୍ଷର ମୂଳାଧାର।
ଖାଲି ଆମ ସଭିଙ୍କୁ ତମେ ଆଶୀର୍ବାଦ କର।
ଇତି ତମର,
ନିରଞ୍ଜନ ରଥ
ରାଷ୍ଟ୍ରୀୟ ସମ୍ପାଦକ, ଲୋକସେବକ ମଣ୍ଡଳ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories