www.samajalive.in
Sunday, December 14, 2025
26.1 C
Bhubaneswar

ଧାମରାରେ ଅନୁଭବ, ବିଜେପି ସପକ୍ଷରେ ଭୋଟ୍ ଦେବାକୁ ଆହ୍ୱାନ

ଧାମରା: ଧାମରାରେ ବୁଧବାର ବିଜେପି ପକ୍ଷରୁ ଏକ ରୋଡ୍‌ ଶୋ’ ଅନୁଷ୍ଠିତ ହୋଇଯାଇଛି। ଏହି ରୋଡ୍‌ ଶୋ’ରେ ଷ୍ଟାର ପ୍ରଚାରକ ଅନୁଭବ ମହାନ୍ତି ସାମିଲ ହୋଇ ବିଜେପି ବିଧାୟକ ପ୍ରାର୍ଥୀ ତଥା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଭଦ୍ରକ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ୨ଥର ଭୋଟ୍ ଦେଇ ଜିତାଇବାକୁ ଆହ୍ୱାନ ଦେଇଛନ୍ତି।

- Advertisement -

ଏହି ରୋଡ୍ ଶୋ’ରେ ୨ହଜାରରୁ ଅଧିକ ମୋଟର ସାଇକେଲ ସହ ୫ହଜାରରୁ ଅଧିକ ଜନତା ପ୍ରଥମା ଧାମରାଇ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଆଜ୍ଞାମାଳ ନେଇ ମନ୍ଦିର ନିକଟରୁ ବାହାରିବା ସହ ଧାମରା, ଜାଗୁଳା, ବାଂଶଡା, କଇଥଖୋଲା, କରଞ୍ଜମାଳ, କରଣପଲ୍ଲୀ ଏବଂ ପଞ୍ଚୁଟିକ୍ରି ପଂଚାୟତକୁ ଯାଇଥିଲେ। ଷ୍ଟାର ପ୍ରଚାରକ ତଥା ବିଜେପି ବିଧାୟକ ଏବଂ ସାଂସଦ ପ୍ରାର୍ଥୀମାନଙ୍କୁ ଦେଖିବାକୁ ଏବଂ ଷ୍ଟାର ପ୍ରଚାରକ ଅନୁଭବ ମହାନ୍ତିଙ୍କ ସହ ସେଲ୍‌ଫି ନେବା ପାଇଁ ବହୁ ସଂଖ୍ୟାରେ ଅନୁଭବ ମହାନ୍ତିଙ୍କ ପ୍ରଶଂସକ ରାସ୍ତାରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ରୋଡ୍‌ ଶୋ’ରେ ଭାଗ ନେଇଥିବା ସମସ୍ତ ନେତୃବୃନ୍ଦ ଆଗାମୀ ଜୁନ୍ ୧ତାରିଖରେ ହେବାକୁ ଥିବା ନିର୍ବାଚନରେ ବିଜେପିକୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଥିଲେ। ଆଜି ହୋଇଥିବା ରୋଡ ଶୋ’ରେ ଧାମରାଇ ମଣ୍ଡଳର ସଭାପତି ଦେବେନ୍ଦ୍ର ନାୟକ, ଅଜୟ ନାୟକ, ଅଭିମନ୍ୟୁ ରାଉତ, ଅଶୋକ ରାଉତ, ରୁଦ୍ର ମହାନ୍ତି, ପାପା ଜେନା, ଟୁଲୁ ପ୍ରଧାନ, ପ୍ରଦ୍ୱୀପ ରାଉତ, ବାପୁଜୀ ମାଝୀ, ଉମାକାନ୍ତ ନାୟକ, ସେଖ୍‌ ଅବଦୁଲ, ଜଗନ୍ନାଥ ଗିରି, ଅରୁଣ ଦିନ୍ଦା, ମାନସ ଜେନା, କାହ୍ନୁ ବେହେରା, ଦେବୁଲା ମହାନ୍ତି, ଉନୋଜ ଲେଙ୍କା, ଚନ୍ଦ୍ର ଶେଖର ଜେନା, ତାପସ ନାୟକ, ଅଚିନ୍ତ ବାରିକ, ଭାଷ୍କର ମହାଳିକ, ସନାତନ ବାରିକ ପ୍ରମୁଖ ଉପସ୍ଥିତ ରହିବା ସହ ସମସ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories