www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ: କାରରେ ଆସି କିପରି ଛେଳି ଚୋରି କରିନେଲେ ୩ ଯୁବକ

ଇଣ୍ଟରନେଟ୍‌‌ ଯୁଗରେ କୌଣସି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଶେୟାର ହେଲେ ତାହା ତୁରନ୍ତ ଭାଇରାଲ ହୋଇଯାଇଥାଏ। ଅନେକ ସମୟରେ ଆପଣ ଦେଖିଥିବେ କୌଣସି ଆପରାଧିକ ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଖୁବ୍‌‌ ଭାଇରାଲ ହୋଇଥାଏ। ଯାହାଦ୍ୱାରା ପୁଲିସକୁ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳତା ମିଳିଥାଏ। ଏଭଳି ଏକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି, ଯେଉଁଥିରେ ଏକ ଚୋର ଗୋଷ୍ଠୀ ଚୋରି କରୁଥିବାର ନଜର ଆସୁଛି।

ଭାଇରାଲ ଭିଡିଓଟି ଗାଜିଆବାଦର ବୋଲି ଜଣାପଡ଼ିଛି। ଭିଡିଓରେ କିଛି ଯୁବକ ରାତିରେ ଛେଳି ଚୋରି କରୁଥିବା ଦେଖାଯାଉଛି। ତେବେ ଆଶ୍ଚର୍ଯ୍ୟର କଥା ହେଲେ ଛେରି ଚୋରି କରିବା ଲାଗି ଚୋରମାନେ ଏକ କାରରେ ଆସିଥିଲେ। ଯୁବକମାନେ କାରରୁ ଓହ୍ଲାଇ ରାସ୍ତାପାର୍ଶ୍ବ ଏକ ଗଳିରେ ଖୋଲା ସ୍ଥାନରେ ରହିଥିବା ଛେଳିଙ୍କୁ ଉଠାଇ ନେଇଥିଲେ। ସେମାନେ ଗୋଟିଏ ପରେ ଗୋଟିଏ ଛେଳିଙ୍କୁ ଉଠାଇ ଗାଡ଼ିରେ ଭର୍ତ୍ତି କରି ସେଠାରୁ ଚାଲିଯାଇଥିଲେ। ଏହି ଭିଡିଓ ସ୍ଥାନୀୟ ଅଞ୍ଚଳରେ ବେଶ୍‌‌ ଚର୍ଚ୍ଚାର ବିଷୟ ପାଲଟିଛି। ଚୋରିଠାରୁ ଅଧିକ ଚର୍ଚ୍ଚାରେ ରହିଛି ଚୋରଙ୍କ କାର୍‌‌।

- Advertisement -

ଚୋରି ସମୟର ଦୃଶ୍ୟ ଭାଇରାଲ ହେବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିଛି। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳରୁ ଏହିପରି ଢଙ୍ଗରେ ୨୭ ଛେଳି ଚୋରି ଥିବା ଜଣାପଡ଼ିଛି।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories